ଆଜି ୪ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୨୨ା୨ : ରାଜ୍ୟରେ ବର୍ଷା ଲାଗି ରହିଛି । କେଉଁଠି କୁଆପଥର ବର୍ଷ ତ କେଉଁଠି ପବନ ବର୍ଷା ହେଉଥିବାର ଦେଖିବା ପାଇଁ ମିଳୁଛି। ଆଜି ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର,ଭଦ୍ରକ ଆଜି ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଯେଉଁଥି ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନାୟଗଡ଼, ଖୋର୍ଦ୍ଧା, ପୁରୀ,କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଆଜି ଦିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଗି ସମୟରେ ପବନର ବେଗ ୩୦ ରୁ ୪୦ କିମି ରହିବ ଯେଉଁଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହାଛଡ଼ା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବି ବର୍ଷା ସମ୍ଭାବନା ରହିଛି । ପୁରୀ, ନୟାଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିଭଳି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଏହି ଜିଲ୍ଲାଗୁଡିକ ହେଲେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା । ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷାରେ ପ୍ରଭାବ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।ଅନ୍ୟପଟେ ଅଦିନିଆ ବର୍ଷା ଉଜାଇ ଦେଇଛି ଚାଷୀର ଫସଲ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତୁହାକୁ ତୁହା ବର୍ଷାରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଛି । ଏକର ଏକର ଜମିରେ ପରିବା ଫସଲ ନଷ୍ଟ ହୋଇଛି । ଏହାକୁ ଦେଖି ମୁଣ୍ଡରେ ହାତ ଦେଇଛି ଚାଷୀ । ସୁନ୍ଦରଗଡ ବିର୍ସା ବ୍ଲକ ସାରୁବାହାଲ ଓ ଫୁଲଝର ଅଞ୍ଚଳରେ ଅନେକ ପରିବା ଫସଲ ନଷ୍ଟ ହୋଇଛି । ଚାଷ ଜମିରେ ପାଣି ଜମି ରହିଛି । ନୂଆଗାଁ ବ୍ଲକ କୁଣ୍ଡରା ଗାଁରେ ପ୍ରବଳ କୁଆପଥର ମାଡରେ ବ୍ୟାପକ ଫସଲ ନଷ୍ଟ ହୋଇଛି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ବଜ୍ରପାତ ଓ କୁଆପଥର ବର୍ଷା ବିଲାତି, କୋବି, କଖାରୁ ଭଳି ବ୍ୟାପକ ପନିପରିବା ଫସଲ କ୍ଷୟକ୍ଷତି ଘଟାଇଛି ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା । ଅନ୍ୟପକ୍ଷରେ ଅଦିନିଆ ବର୍ଷା ପାଇଁ ଅମଳ ବର୍ଷା ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଖରିଫ ଧାନସଂଗ୍ରହ ପ୍ରକ୍ରିୟା ଜାରି ରହିଥିବାବେଳେ ଅଦିନିଆ ବର୍ଷା ବିଭିନ୍ନ ଜିଲ୍ଲାମାନଙ୍କରେ ମଧ୍ୟ ଜାରି ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!