ସ୍ବୟଂ ଦାରୁବ୍ରହ୍ମ ହେଉଛନ୍ତି ଅଖଣ୍ଡ ଆନନ୍ଦର ଉତ୍ସ’

ଭୁବନେଶ୍ବର, ,୨୨ା୨: ଶ୍ରୀଜଗନ୍ନାଥ ତତ୍ତ୍ବରେ ପୂର୍ଣ୍ଣବାଦ ଓ ଶୂନ୍ୟବାଦ ଉଭୟ ନିହିତ । ଦାରୁବ୍ରହ୍ମରୂପୀ ମହାପ୍ରଭୁ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ ଓ ଜଗତରେ ଅପୂର୍ଣ୍ଣ । ତାଙ୍କର ଆଦି ନାହିଁ ଅନ୍ତ ନାହିଁ । ସେହି ଦୃଷ୍ଟିରୁ ସେ ସମସ୍ତ ମତବାଦୀଙ୍କର ପ୍ରିୟ । ସର୍ବୋପରି ସମ୍ପୂର୍ଣ୍ଣ ଜଗତର ନାଥ ଶ୍ରୀଜଗନ୍ନାଥ । ଜଗନ୍ନାଥ ସ୍ବୟଂ ବ୍ରହ୍ମ ଭଳି ଅସୀମ ବୋଲି ଜଗନ୍ନାଥ ଗବେଷକ ଡ. ଗୁରୁ ପ୍ରସାଦ ମହାପାତ୍ର କହିଛନ୍ତି । ଅଗ୍ରଣୀ ଅଧ୍ୟାତ୍ମିକ ସଂସ୍ଥା ନୀଳାଦ୍ରି ଟ୍ରଷ୍ଟ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ‘ଦାରୁବ୍ରହ୍ମଙ୍କ ଲୀଳା ମାଧୁରୀ’ ଭାକ୍ତିକ ସନ୍ଧ୍ୟା ଗୁୁରୁବାର ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପ୍ରଫେସର ଅଶୋକ କୁମାର ମହାପାତ୍ର କହିଥିଲେ ଯେ, ସମଗ୍ର ବିଶ୍ବରେ ଆଧ୍ୟାତ୍ମିକତା ହିଁ ସର୍ବଶ୍ରେଷ୍ଠ ସମ୍ପତ୍ତି । ଗୀତା, ଉପନିଷଦ, ବେଦ, ପୁରାଣ ଆଦିରେ ଅତ୍ୟନ୍ତ ପ୍ରାଚୀନ କାଳରୁ ଆଧ୍ୟାତ୍ମିକତାର ମୂଳମନ୍ତ୍ର ଲିଖିତ ହୋଇଛି। ପ୍ରାରମ୍ଭରେ ସଙ୍ଗୀତ ଗୁରୁ ସର୍ବେଶ୍ୱର ବୈଠାରୁ ଓ ସାଥୀମାନଙ୍କ ଦ୍ବାରା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତିସଙ୍ଗୀତ ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲା । ଟ୍ରଷ୍ଟର ସାଧାରଣ ସମ୍ପାଦକ ନ‌ନ୍ଦକିଶୋର ଜେନା ଅତିଥିଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ସଭାପତି ଡ. ଭାସ୍କର ମିଶ୍ର ଦିବ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଉପସଭାପତି ରାଧାବଲ୍ଲଭ ସିଂହ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ପାଢ଼ୀ, ଦେବେନ୍ଦ୍ର ଦାସ, ସୁମିତ୍ରା ଜେନା, ବଡ଼ସୁଆର ନିଯୋଗ ସଭାପତି ବିଶ୍ବନାଥ ସାମନ୍ତରା, ସଭ୍ୟ ଅରୁଣ କୁମାର ଲେଙ୍କା, ଦିଲୀପ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନରେ ସହାୟତା କରିଥିଲେ। ଟ୍ରଷ୍ଟର ଯୁଗ୍ମସମ୍ପାଦକ ରବି ରାୟ ଧନ୍ୟବାଦ ଦେଇଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!