ନୂଆଦିଲ୍ଲୀ,୨୨।୨:ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଭାବେ ନିଯୁକ୍ତି। ପୂର୍ବତନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ । ଓଡିଆ IAS ଅଫିସର ଶକ୍ତିକାନ୍ତ ଦାସ। ୧୯୮୦ ବ୍ୟାଚର ତାମିଲନାଡୁ କ୍ୟାଡର ଅବସରପ୍ରାପ୍ତ IAS ଶକ୍ତିକାନ୍ତ ଦାସ । ପି.କେ ମିଶ୍ରଙ୍କ ସହ ଦ୍ୱିତୀୟ ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ଶକ୍ତିକାନ୍ତ । PMOରେ ପ୍ରଥମେ ପିକେ ମିଶ୍ର (ଓଡ଼ିଶାର 1972 ବ୍ୟାଚ ଗୁଜରାଟ କ୍ୟାଡର IAS ଅଧିକାରୀ) ପ୍ରମୁଖ ସଚିବ-୧ ଭାବରେ ନିଯୁକ୍ତି ପାଇଥିଲେ। ବର୍ତ୍ତମାନ ଶକ୍ତିକାନ୍ତ ଏହି ଗୁରୁ ଦାୟିତ୍ୱ ସମ୍ଭାଳିଛନ୍ତି। ଏହା ପ୍ରଥମ ଘଟଣା ଯେ ଦୁଇ ଜଣ ଓଡ଼ିଶାରେ ଜନ୍ମିତ ଅଧିକାରୀ ଏକକାଳୀନ ପିଏମଓରେ ଶୀର୍ଷ ଅମଲାତାନ୍ତ୍ରିକ ପଦବୀରେ ଅଧିଷ୍ଠିତ ହୋଇଛନ୍ତି।ଶକ୍ତିକାନ୍ତ ଦାସଙ୍କର RBI ଗଭର୍ନର ଭାବରେ ଛଅ ବର୍ଷର ଅଭିଜ୍ଞତା ରହିଛି, ଯେଉଁଠାରେ ସେ COVID-19 ଅର୍ଥନୈତିକ ଚ୍ୟାଲେଞ୍ଜର ମୁକାବିଲା କରିଥିଲେ ଏବଂ GST ଭଳି ପ୍ରମୁଖ ସଂସ୍କାର କାର୍ଯ୍ୟକାରୀ କରିଥିଲେ।ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ହେବା ଦିନଠାରୁ P K Mishra, ୨୦୧୯ ମସିହାରୁ କେନ୍ଦ୍ରୀୟ ନୀତିଗୁଡ଼ିକର ସମନୱୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ଶକ୍ତିକାନ୍ତଙ୍କର expertise covers monetary policy ଏବଂ ପିକେ ମିଶ୍ରଙ୍କର administrative governance ଯାହା ଅର୍ଥନୈତିକ ପରିଚାଳନା ଏବଂ କେନ୍ଦ୍ରୀୟ ଯୋଜନାଗୁଡ଼ିକର କାର୍ଯ୍ୟାନୱୟନରେ ପରିପୂରକ ନେତୃତ୍ୱ ସୃଷ୍ଟି କରିଛି।ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି। ଶକ୍ତିକାନ୍ତ ଦାସ ୬ ବର୍ଷ ପାଇଁ RBI ଗଭର୍ନର ଭାବରେ କାର୍ଯ୍ୟ କରିବା ପରେ ଗତ ବର୍ଷ ଡିସେମ୍ବରରେ ଅବସର ନେଇଥିଲେ। ଏବେ ଅବସର ନେବାର କିଛି ମାସ ପରେ, ସେ ଏକ ବଡ଼ ଦାୟିତ୍ୱ ପାଇଛନ୍ତି।