ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କ ପରଲୋକ

ନୂଆଦିଲ୍ଲୀ,୨୨।୨: ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତ ଶନିବାର ସକାଳେ ନୂଆଦିଲ୍ଲୀସ୍ଥିତ ବାସଭବନରେ ଦେହନ୍ତେ ହୋଇଛି। ୯୫ବର୍ଷ ବୟସରେ ନୃତ୍ୟଗୁରୁ ମାୟାଧର ରାଉତଙ୍କ ଦେହାନ୍ତ ହୋଇଛି । ସେ ବାର୍ଦ୍ଧକ୍ୟ ରୋଗରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି। ଏ ନେଇ ତାଙ୍କ ପୁଅ ମନୋଜ ରାଉତ ସୂଚନା ଦେଇଛନ୍ତି। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ମଧ୍ୟ ସେ ସମ୍ମାନିତ ହୋଇଥିଲେ । ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ । ତାଙ୍କ ବିୟୋଗରେ ଶୋକବ୍ୟକ୍ତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି।ମାୟାଧର ରାଉତ କଟକ ଜିଲ୍ଲାରେ ୧୯୩୦ ମସିହା ଜୁଲାଇ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବଡ଼ଭାଇ ହରିହର ରାଉତଙ୍କ ପ୍ରଭାବରେ ସେ ପିଲାବେଳୁ ନାଟକ ଓ ନୃତ୍ୟ ସହିତ ଜଡ଼ିତ ହୋଇଥିଲେ। ନାଟ୍ୟଗୁରୁ କାଳୀଚରଣ ପଟ୍ଟନାୟକ, ଦୁର୍ଲଭ ସିଂ, ପଙ୍କଜ ଚରଣ ଦାସ, ମୋହନ ମହାପାତ୍ର, ଯୁଧିଷ୍ଠିର ମହାମାତ୍ର, ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଓ ଦୟାଲ ଶର୍ମା ଆଦିଙ୍କଠାରୁ ସେ ନୃତ୍ୟ, ଅଭିନୟ ଓ ମଞ୍ଚକଳା ଶିକ୍ଷା କରିଥିଲେ। ରାମ ଗୋପାଳ ମିଶ୍ରଙ୍କଠାରୁ ସେ କଥକ ନୃତ୍ୟ ଶିକ୍ଷା କରିଥିଲେ। ୧୯୫୧ ମସିହାରେ ସେ ଏକ ବୃତ୍ତିଲାଭ କରି କଳାକ୍ଷେତ୍ରକୁ ଯାଇଥିଲେ। ସେଠାରେ ସେ ରୁକ୍ମଣୀ ଦେବୀ ଅରୁଣ୍ଡଲେଙ୍କଠାରୁ ଭରତନାଟ୍ୟମ ଓଟି କେ ଚନ୍ଦୁ ପାଣିକରଙ୍କଠାରୁ କଥକଳୀ ନୃତ୍ୟ ଶିକ୍ଷା କରିଥିଲେ। ଓଡିଶୀ ନୃତ୍ୟ ପ୍ରତି ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥି ସହିତ ତାଙ୍କୁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଦିଗରେ ମାୟାଧର ପ୍ରୟାସ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!