ନୂଆଦିଲ୍ଲୀ,୨୩।୨: ରବିବାର ଦୁବାଇରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଖେଳାଯିବ। ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ।ଆଜି ହେବାକୁ ଯାଉଛି ଭାରତ-ପାକିସ୍ତାନ ମଧ୍ୟରେ ଜୋରଦାର ଲଢେଇ। ଗୋଟେପଟେ ଚାମ୍ପିଅନ୍ସ ଟ୍ରଫି ହାତେଇବା ପାଇଁ ସେମି ଫାଇନାଲରେ ନିଜର ସ୍ଥାନ ପକ୍କା କରିବା ପାଇଁ ଟିମ୍ ଇଣ୍ଡିଆ ଜୋରଦାର ପ୍ରସ୍ତୁତି କରୁଥିବା ବେଳେ, ଅନ୍ୟପଟେ ପାକିସ୍ତାନ ପାଇଁ ଏହି ମ୍ୟାଚ୍ କର ବା ମର ପରିସ୍ଥିତି ପରି ହୋଇଛି।ତେଣୁ ଏହି ମ୍ୟାଚ୍ ଅନ୍ୟନ୍ତ ରୋଚକ ହେବ ବୋଲି କ୍ରିକେଟ୍ ପ୍ରେମୀ ଆଶା ରଖିଛନ୍ତି। ଠିକ୍ ସେହିପରି ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର ଭାରତ-ପାକ୍ ସିରିଜ୍ ଆୟୋଜନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଯେଉଁଥିପାଇଁ ଏହି ଦୁଇ ଦଳ କେବଳ ICC ଟୁର୍ଣ୍ଣାମେଣ୍ଟରେ ହିଁ ପରସ୍ପରକୁ ଭେଟିଥାନ୍ତି।ସେଥିପାଇଁ ଏହି ମ୍ୟାଚ ବେଳେ ଦୁଇ ଦଳର କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଜୋସ୍ ଦେଖିବାକୁ ମିଳିଥାଏ। ଆଉ ଆଜି ଯେତେବେଳେ ଏହି ମ୍ୟାଚ୍ ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ହୋଇଛି। ଖେଳ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢୁଛି। ଠିକ୍ ସେମିତି ଟିଭିରେ ଲାଇଭ୍ ମ୍ୟାଚ୍ ଦେଖିବା ପରିବର୍ତ୍ତେ କ୍ରିକେଟ୍ ପ୍ରେମୀ ଫୋନରେ ଖେଳ ଦେଖିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ମ୍ୟାଚକୁ ଆପଣମାନେ ଫ୍ରିରେ ମଧ୍ୟ ଦେଖିପାରିବେ।
ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ୍, ହର୍ଷିତ ରାଣା, ମହମ୍ମଦ ସାମି, କୁଲଦୀପ ୟାଦବ।
ପାକିସ୍ତାନ ସମ୍ଭାବ୍ୟ ଏକାଦଶ: ଇମାମ ଉଲ୍ ହକ୍, ବାବର ଆଜମ, ସୌଦ ସକିଲ୍, ମହମ୍ମଦ ରିଜୱାନ (ଅଧିନାୟକ, ୱିକେଟରକ୍ଷକ), ସଲମାନ ଆଘା, ତୟାବ ତାହିର, ଖୁସଦିଲ ସାହା, ସାହିନ ସାହା ଆଫ୍ରିଦୀ, ନସିମ୍ ସାହା, ହାରିସ ରୌଫ, ଆବ୍ରାର ଅହମ୍ମଦ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |