ସିମ୍ଲା,୨୩।୨: ରବିବାର ସକାଳେ ହିମାଚଳ ପ୍ରଦେଶର ମଣ୍ଡି ସହରରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୩.୭ ରହିଥିବା ସୂଚନା ମିଳିଛି। ସକାଳ ୮.୪୨ରେ ଏହି ଭୂମିକମ୍ପ ଅନୁଭବ ହୋଇଛି। ଭୟରେ ଲୋକମାନେ ତୁରନ୍ତ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ।ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ ୭ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ କୌଣସି ଜୀବନହାନିର ରିପୋର୍ଟ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |