ରାଉରକେଲା, ୨୩।୦୨ : ଷ୍ଟିଲ ସିଟି ରାଉରକେଲାରେ ଗୁଳିକାଣ୍ଡ । ରାଉରକେଲା ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ହୋଇଛି ଗୁଳି କାଣ୍ଡ । ଯେଉଁଥିରେ ବ୍ୟବସାୟୀ ବିଜୟ ଲାକ୍ରା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବିଜୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।ବାଲି ବ୍ୟବସାୟୀ ବିଜୟ ଲାକ୍ରା ତାଙ୍କ ପରିବାର ସହ ସେହି ସେକ୍ଟର 4ରୁ କାର ଯୋଗେ ଯାଉଥିବା ବେଳେ ପୋଷ୍ଟ ଅଫିସ ନିକଟରେ ଦୃର୍ବୁତ୍ତ କାର କୁ ଅଟକାଇ ଗୁଳି ମାଡ କରିଥିଲେ । ଶନିବାର ନିଜେ କାର ଚଲାଉଥିଲେ ବିଜୟ ଲାକ୍ରା , ବିଜୟଙ୍କ ବେକାର ଡାହାଣ ପଟେ ବାଜିଛି ଗୁଳି । ଗୁଳିମାଡ଼ କରି ଦୃର୍ବୁତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଘଟଣା ସ୍ଥଳରୁ ବିଜୟଙ୍କ ସ୍ତ୍ରୀ କାର ରୁ ଓହ୍ଲାଇ ସ୍ବାମୀ ବିଜୟ ଲାକ୍ରାଙ୍କୁ ଗୁରୁତର ଅବସ୍ଥାରେ ସ୍କୁଟିରେ IGH ଭର୍ତ୍ତି କରିଥିଲେ । ଏବା ତାଙ୍କୁ ଆଇସିୟୁରେ ରଖାଯାଇଛି । ବିଜୟ ଲାକ୍ରା ବାଲି ବ୍ୟବସାୟ କରନ୍ତି ଓ କୁଆଁରମୁଣ୍ଡାରେ ରୁହନ୍ତି । ବାଲି ବ୍ୟବସାୟକୁ ନେଇ ଏହି ଗୁଳିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୋଲିସ ଛାନଭିନ କରୁଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |