ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ

ଦୁବାଇ,୨୩।୨:ହାଇଭୋଲଟେଜ୍ ଲଢ଼େଇ। ସୁପର ସଣ୍ଡେର ସୁପର ଫାଇଟ୍‌ରେ ଫେଲ୍‌ ମାରିଲେ ପାକିସ୍ତାନର ବ୍ୟାଟ୍‌ର ।ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପଞ୍ଚମ ମ୍ୟାଚ୍ ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି। ପାକିସ୍ତାନ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଛି। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଛି|ଟିମ୍‌ ଇଣ୍ତିଆ ବୋଲ୍‌ରଙ୍କ ଆଗରେ ଧୂଳି ଚାଟିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଲା ପାକିସ୍ତାନ। ୨୪୧ ରନ୍‌ରେ ଅଲ୍‌ ଆଉଟ୍‌ ହେଲା ପାକିସ୍ତାନ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଓପନର୍‌ ଯୋଡ଼ି ଆରମ୍ଭରୁ ଫେଲ୍‌ ହୋଇଥିଲେ । ପ୍ରଥମେ ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ ବାବର ଆଜମ । ୨୬ ବଲ୍‌ ଖେଳି ୨୩ ରନ୍‌ କରିଥିଲେ ବାବର ଆଜମ । ସେହିପରି ଇମାମ-ଉଲ-ହକଙ୍କୁ ରନ୍‌ ଆଉଟ୍‌ କରି ପାଭିଲି୍ୟନ ପଠାଇ ଦେଇଥିଲେ ଅକ୍ସର ପଟେଲ୍‌ । ତେବେ ସାଉଦ ଶକିଲ ସର୍ବାଧିକ ୭୬ ବଲ୍‌ ଖେଳି ୬୨ ରନ୍‌ କରିଥିବା ବେଳେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ୭୭ ବଲ୍‌ ଖେଳି ୪୬ ରନ୍‌ କରିଛନ୍ତି । ଅନ୍ୟପଟରେ କୁଲଦୀପ ଯାଦବ ୩ଟି ୱିକେଟ୍‌ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ୍‌ ନେଇଛନ୍ତି । ସେହିପରି ଅକ୍ସର ପଟେଲ୍‌ , ରବିନ୍ଦ୍ର ଜାଡ଼େଜା ଓ ହର୍ଷିତ ରାଣା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି । ତେବେ ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ ଉପରେ କେବଳ ଭାରତ ନୁହେଁ ସାରା ବିଶ୍ବର କ୍ରିକେଟପ୍ରେମୀଙ୍କ ନଜର ରହିଛି । ଏହି ମ୍ୟାଚ୍ ଜିତି ସେମି ଫାଇନାଲକୁ ଏଣ୍ଟ୍ରି ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଏଥିସହ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର କଡ଼ାଗଣ୍ଡା ବଦଲା ନେବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!