ନୂଆଦିଲ୍ଲୀ ,୨୩।୨: ମନ୍ କୀ ବାତ୍ରେ ଦେଶବାସୀଙ୍କୁ ସମ୍ବୋଧନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା ଏଆଇରେ ମଧ୍ୟ ସଫଳତା ମିଳିଛି।ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି । ମୋଟାପଣ କମାଇବାକୁ ହେଲେ ଆମକୁ ଖାଦ୍ୟରେ ପରିବର୍ତ୍ତନ ଜରୁରୀ । ପ୍ରତିଦିନ ଖାଦ୍ୟରେ କମ୍ ତେଲ ଖାଇବାକୁ ଚେଷ୍ଟା କରନ୍ତୁ । ଖାଦ୍ୟରେ ତେଲ ପରିମାଣ ୧୦ ପ୍ରତିଶତ କମାନ୍ତୁ । ନିଜେ ତେଲ କମାଇବା ସହ ୧୦ ଜଣଙ୍କୁ କମାଇବାକୁ ପରାମର୍ଶ ଦିଅନ୍ତୁ । ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କୀ ବାତ୍ ରେ ଦେଶରେ ବଢୁଥିବା ମୋଟାପଣ ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଦେଶବାସୀଙ୍କୁ ଏପରି ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ ପ୍ୟାରିସରେ ଏଆଇକୁ ନେଇ ଭାରତକୁ ଅନେକ ପ୍ରଂଶସା ମିଳୁଛି। ଚଳିତବର୍ଷ ମହିଳା ଦିବସରେ ନାରୀଶକ୍ତିକୁ ଅଧିକ ଗୁରୁତ୍ୱ ଦିଆଯିବ। ଅନେକ କ୍ଷେତ୍ରରେ ମହିଳାଙ୍କ ଅନୁଦାନ ଅତୁଳନୀୟ। ସେହି ମହିଳାଙ୍କୁ ସମ୍ମାନ ଜଣାଇ ମୋ ସୋସିଆଲ ମିଡିଆରେ ପୋଷ୍ଟ କରିବି। ପ୍ଲାଟଫର୍ମ ମୋର ଅନୁବୂତି ତାଙ୍କର ରହିବ।”ମନ କୀ ବାତରେ ଯୁବପିଢିଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ, ଏବେ ଯୁବ ପିଢି ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ସାଜିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |