ନୂଆଦିଲ୍ଲୀ,୨୪।୨:ଆଜି ଆସିବ ପିଏମ୍ କିଷାନ ଟଙ୍କା। ବିହାରରୁ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଯିବ ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପିଏମ୍ କିଷାନ ଟଙ୍କା। ଉପକୃତ ହେବେ ପ୍ରାୟ ୧୦ କୋଟି ଚାଷୀ।ବିହାର ଭାଗଲପୁରରେ ୧୯ ତମ କିସ୍ତି ପ୍ରଦାନ କରିବେ ମୋଦୀ। ଡିବିଟି ଜରିଆରେ ଖାତାକୁ ଯିବ ୨୨ ହଜାର କୋଟିର ଅର୍ଥରାଶି। ବିହାରରୁ ପିଏମ୍ ପଠାଇବେ ଚାଷୀଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା।ପିଏମ୍ କିଷାନ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୩ଟି କିସ୍ତି ଆକାରରେ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଏ। ୧୮ ତମ କିସ୍ତି ଗତ ଅକ୍ଟୋବରରେ ଦିଆଯାଇଥିଲା। ଆଜି ବିହାରରୁ ଦେଶର ୯.୮ କୋଟି ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ମୋଦୀ ପଠାଇବେ ପିଏମ୍ କିଷାନ ଟଙ୍କା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |