ଆଜି ପଙ୍କୋଦ୍ଧାର ଏକାଦଶୀ, ଚଳଚଞ୍ଚଳ ପୁରୀର ଲୋକନାଥ ପୀଠ

ପୁରୀ ୨୪।୦୨; ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ। ଚଳଚଞ୍ଚଳ ପୁରୀର ଲୋକନାଥ ପୀଠ । ଶ୍ରୀ ଲୋକନାଥଙ୍କ ପୀଠରେ ଆଜି ଦିନର ବିଶେଷ ମହତ୍ୱ ରହିଛି। ବିଶ୍ଵନିୟନ୍ତା ପ୍ରଭୁ ଶ୍ରୀ ଲୋକନାଥଙ୍କ ବିଳମ୍ଵିତ ରାତିରେ ଦ୍ଵାର ଫିଟା ହେବା ହୋଇଥିଲା । ପରେ ଭକ୍ତମାନଙ୍କ ଦ୍ଵାରା ଅର୍ପଣ କରାଯାଇଥିବା ବେଲପତ୍ର, ପୁଷ୍ପ, ଫଳ, ସୁନା, ରୂପା ଓ ନୈବେଦ୍ୟକୁ କଢା ଯିବ। ବିଭିନ୍ନ ନୀତି କାନ୍ତି ବଢ଼ି ସକାଳ ୮ ଟା ମଧ୍ୟରେ ପଙ୍କୋଦ୍ଧାର ଓ ମାଘ ସ୍ନାନ କରାଯିବ। ଅନ୍ୟାନ୍ୟ ନୀତି କାନ୍ତି ବଢିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ପ୍ରାୟ ଏକବର୍ଷ ପରେ ଆଜି ଗୋଟିଏ ଦିନରେ ହିଁ ପ୍ରଭୁ ଶ୍ରୀ ଲୋକନାଥଦେବଙ୍କ ସମ୍ପୁର୍ଣ୍ଣ ଦର୍ଶନ କରିବାର ଭକ୍ତଙ୍କୁ ମିଳିବ ସୌଭାଗ୍ୟ। ପ୍ରଖ୍ୟାତ ଦେବ ଭାବେ ପରିଚିତ ପ୍ରଭୁ ଶ୍ରୀ ଲୋକନାଥଙ୍କ ପ୍ରତିଷ୍ଠା ପ୍ରଭୁ ଶ୍ରୀରାମଚନ୍ଦ୍ର କରିଥିବାର କିମ୍ୱଦନ୍ତୀରୁ ଜଣାଯାଏ। ଆଜିର ଦିନରେ ଯଦି ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୂଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!