ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ’ମହାଦୀପ’

ଭୁବନେଶ୍ୱର,୨୪।୨: ଫେବ୍ରୁଆରି  ୨୬ ତାରିଖରେ ହେବାକୁ ଥିବା ମହାଶିବରାତ୍ରି ଦିନ ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ‘ମହାଦୀପ’ ମନ୍ଦିରର ମୁକୁଟର ଦଧିନୌତି ଉପରେ ସ୍ଥାପନ କରାଯିବ। ସୋମବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହା ଘୋଷଣା କରିଛନ୍ତି।ଶ୍ରଦ୍ଦାଳୁମାନେ ବିନା କୌଣସି ବାଧାରେ ଯେପରି ସେମାନଙ୍କର ପ୍ରାର୍ଥନା  କରିପାରିବେ ସେଥିପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥାକୁ ସତର୍କତାର ସହ ଚୂଡ଼ାନ୍ତ କରାଯାଉଛି।ଆମେ ନିଶ୍ଚିତ କରୁଛୁ ଯେ, ଶ୍ରଦ୍ଧାଳୁମାନେ ସେମାନଙ୍କ ପ୍ରାର୍ଥନା ପାଇଁ ସଠିକ୍ ପଥ ଅନୁସରଣ କରିପାରିବେ। ଆମେ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଲଗାଇଛୁ ଏବଂ ଶ୍ରଦ୍ଦାଳୁମାନଙ୍କ ପାଇଁ, ସେବାୟତ, ସେମାନଙ୍କ ପରିବାର ଏବଂ ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ବ୍ୟବସ୍ଥା କରିଛୁ।ଆମେ ଏହା ମଧ୍ୟ ସୁନିଶ୍ଚିତ କରୁଛୁ ଯେପରି ଧାଡିରେ ଅପେକ୍ଷା କରିଥିବା ଶ୍ରଦ୍ଧାଳୁମାନେ ସୁବିଧାରେ ପୂଜା କରିପାରିବେ। ସେମାନଙ୍କ ସୁବିଧା ପାଇଁ ଆମେ ପାଣି ଏବଂ ଅନ୍ୟାନ୍ୟ ସୁବିଧା କରୁଛୁ। ସେ କହିଛନ୍ତି, ଲିଙ୍ଗରାଜ ମନ୍ଦିର କମିଟି ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦୁଇଟି ବୈଠକ ଅନୁଷ୍ଠିତ ହୋଇସାରିଛି। ପୁଲିସ ଡେପୁଟି କମିସନର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ପ୍ରୋଟୋକଲଗୁଡ଼ିକୁ ସକ୍ରିୟ ଭାବରେ ସମୀକ୍ଷା କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!