ଆଜି ଠାରୁ ଆରମ୍ଭ ହେବ ଦିଲ୍ଲୀ ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ,୨୪।୨:ଦିଲ୍ଲୀରେ ବିଜେପି ସରକାର ଗଢ଼ିବା ପରେ, ଆଜିଠାରୁ ଆରମ୍ଭ ହେବ ପ୍ରଥମ ବିଧାନସଭା ଅଧିବେଶନ। ଏହା ୩ ଦିନ ଚାଲିବାକୁ ଥିବା ବେଳେ, ଆଜି ପ୍ରଥମ ଦିନରେ ବିଜେପି ବିଧାୟକ ଅରବିନ୍ଦର ସିଂ ଲଭଲିଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇବେ ଦିଲ୍ଲୀ ଉପରାଜ୍ୟପାଳ। ଏହାପରେ ଦିନ ୧୧ଟାରେ ସମସ୍ତ ବିଧାୟକ ଶପଥ ଗ୍ରହଣ କରିବେ । ଅପରାହ୍ଣ ୨ଟାରେ ବାଚସ୍ପତି ଓ ଉପବାଚସ୍ପତି ନିର୍ବାଚନ ହେବ।ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତାଙ୍କୁ ବାଚସ୍ପତି କରିବାକୁ ପ୍ରସ୍ତାବ ଦେବେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଏହାକୁ ବିଜେପି ବିଧାୟକ ମନଜିନ୍ଦର ସିଂ ସିର୍ସା ସମର୍ଥନ କରିବେ । ତେବେ ସବୁଠୁ ବଡ଼ କଥା ହେଉଛି, ୨୫ ତାରିଖରେ ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ, ଯାହାକୁ ନେଇ ସରଗରମ ରହିପାରେ ବିଧାନସଭା। ମଦ ମହାଦୁର୍ନୀତିରେ ୨ହଜାର କୋଟିରୁ ଅଧିକ ଟଙ୍କାର ଘୋଟଲା ଅଭିଯୋଗକୁ ନେଇ ଆପ୍ କୁ ଘେରିପାରନ୍ତି ଶାସକ ବିଜେପି ବିଧାୟକ।୨୫ ତାରିଖରେ ଉପରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବା ପରେ ସିଏଜି ରିପୋର୍ଟ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି। ସେପଟେ ଆପ୍ ପ୍ରଥମ ଥର ପାଇଁ ବିରୋଧୀ ଦଳ ଆସନରେ ବସିବାକୁ ଥିବା ବେଳେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ବିରୋଧୀ ଦଳ ନେତା ବଛାଯାଇଛି। ଦିଲ୍ଲୀର ପ୍ରଥମ ମହିଳା ବିରୋଧୀ ଦଳ ନେତା ବନିଛନ୍ତି ଆତିଶୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!