ଗୁଣବତ୍ତା ପରୀକ୍ଷାରେ ଆଉ ୮୪ ମେଡିସିନ୍ ଫେଲ୍

ନୂଆଦିଲ୍ଲୀ,୨୪।୨  :ବହୁଳ ବ୍ୟବହାର ହେଉଥିବା ୮୪ ମେଡିସିନ୍ CDSCO ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଛି । ଗ୍ୟାସ୍, କୋଲୋଷ୍ଟ୍ରଲ, ମଧୁମେହ ସହ ଆଣ୍ଟିବାଇଓଟିକ୍ସ, ଥାଇରଏଡ୍ ଭଳି ଔଷଧ ମଧ୍ୟ ଏହି ତାଲିକାରେ ସାମିଲ ରହିଛି ।ଡାକ୍ତରଙ୍କ ବିନା ପରାମର୍ଶରେ ଏହି ସବୁ ଔଷଧ ଖାଇବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ଡିସେମ୍ବର ୨୦୨୪ରେ ଆସିଥିବା ନୂଆ ରିପୋର୍ଟ ଅନୁଯାୟୀ, ବିଭିନ୍ନ ଫାର୍ମା କମ୍ପାନି ପକ୍ଷରୁ ନିର୍ମିତ ହୋଇଥିବା ୮୪ ଔଷଧ ମାନକ ପରୀକ୍ଷଣରେ ଫେଲ୍ ମାରିଛି । ଯାହାକୁ ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି ।NSQ ଭାବେ ଔଷଧର ନମୂନା ପରୀକ୍ଷା ପାଇଁ ପ୍ରଥମ କିମ୍ବା ଦ୍ଵିତୀୟ ନିର୍ଦ୍ଦିଷ୍ଟ ଗୁଣବତ୍ତା ମାପଦଣ୍ଡ ବିଫଳତା ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଥାଏ । କିଛିଦିନ ପୂର୍ବରୁ ସିଡିଏସସିଓ ଟେଷ୍ଟିଂ ପାଇଁ ନୂଆ ନିର୍ଦ୍ଦେଶମାନା ଜାରି କରିଥିଲା । ନୂଆ ନିୟମ ଅନୁସାରେ ସମସ୍ତ ଡ୍ରଗ୍ସ ଇନ୍ସପେକ୍ଟର ମାସକୁ ସର୍ବନିମ୍ନ ୧୦ଟି ଔଷଧର ନମୂନା ସଂଗ୍ରହ କରିବେ । ନମୂନା ସଂଗ୍ରହ ସହ ଔଷଧ ନମୁନା ମଧ୍ୟ ଲ୍ୟାବକୁ ପଠାଇବାକୁ ଜାରି ହୋଇଥିଲା ନିର୍ଦ୍ଦେଶ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!