ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା

ଭୁବନେଶ୍ବର,୨୫ା୨ : ଉପକୂଳ ଓଡ଼ିଶାର ପାରାଦୀପ ଓ ଆଖପାଖ ଅଞ୍ଚଳରେ ମଙ୍ଗଳବାର ସକାଳ ୬.୦୯ରେ ମୃଦୁ ଭୂକମ୍ପ ଘଟିଥିବା ଜଣାପଡ଼ିଛି। କେତେକ ଲୋକ ଏହା ଅନୁଭବ କରିଛନ୍ତି ବୋଲି କହିଛନ୍ତି। ରିକ୍ଟର ସ୍କେଲରେ ଏହା ୪.୦୯ପ୍ରତିଶତ ବୋଲି କୁହାଯାଇଛି। ଭୂକମ୍ପ ଘଟଣାରେ କୌଣସି କ୍ଷୟକ୍ଷତି ଘଟି ନ ଥିବା ଜଣାପଡ଼ିଛି। ଭୂକମ୍ପ ପରେ ସମୁଦ୍ରରେ ଜୁଆର ବେଶି ଅଧିକ ହୋଇ ନଥିଲା। କହିବାକୁ କଲେ ଏହାର ଦୃଶ୍ୟ ସ୍ବାଭାବିକ ଥିଲା। ମାତ୍ର ଲୋକେ ସୁନାମୀ ଭୟରେ ରହିଥିବା କହିଛନ୍ତି। କାଳେ ଭୂକମ୍ପ ପରେ ଲୁଣା ଜୁଆର ମାଡ଼ି ଆସିବ ସେନେଇ ଆଶଙ୍କାରେ ରହିଛନ୍ତି।: ଓଡ଼ିଶାରେ ମୃଦୁ ଭୂକମ୍ପ ଝଟକା । ସକାଳୁ ସକାଳୁ ଥରିଲା ଓଡ଼ିଶା ମାଟି । ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସମେତ ବାଲେଶ୍ବର ଏବଂ ପାରାଦ୍ବୀପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।ତେବେ ବଙ୍ଗୋପସାଗରରେ ଏହାର କେନ୍ଦ୍ରସ୍ଥଳ ରହିଥିବା ସୂଚନା ରହିଛି । ରିକ୍ଟର ସ୍କେଲରେ ତୀବ୍ରତା 5.1 ରେକର୍ଡ କରାଯାଇଛି ।ପୁରୀରୁ 286 ଏବଂ ଭୁବନେଶ୍ବରରୁ 297 କିମି ଦୂରରେ ଭୂକମ୍ପ କେନ୍ଦ୍ରୀଭୂତ । ସେହିପରି ଭୁବନେଶ୍ବର ଠାରୁ 394 କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।ତେବେ ଏହାର ଝଟକା ଭାରତ ଏବଂ ବାଂଲାଦେଶରେ ମଧ୍ୟ ଅନୁଭୂତ ହୋଇଛି । ତେବେ ଭୂକମ୍ପକୁୁ ଲୋକେ ମଧ୍ୟ ଅନୁଭୂତ କରିଛନ୍ତି । ସକାଳୁ ସକାଳୁ କିଛି ସମୟ ପାଇଁ ମାଟି ଥରିଲା ଭଳି ମନେ ହେଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!