ଆତିଶୀଙ୍କ ସମେତ ୧୨ ଆପ୍‌ ବିଧାୟକ ନିଲମ୍ବିତ

ନୂଆଦିଲ୍ଲୀ,୨୫।୨: ଦିଲ୍ଲୀ ବିଧାନସଭା ଅଧିବେଶନର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଆମ ଆଦମୀ ପାର୍ଟି ବିଧାୟକମାନେ ହଟ୍ଟଗୋଳ କରିବା ଆରମ୍ଭ କରିଦେଇଛନ୍ତି। ଲେଫ୍ଟନାଣ୍ଟ ଗଭର୍ନର ଭିକେ ସକ୍ସେନାଙ୍କ ଅଭିଭାଷଣ ସମୟରେ ହଙ୍ଗାମା କରିବା ପାଇଁ ଆତିଶୀଙ୍କ ସମେତ ଅନେକ ଏଏପି ବିଧାୟକଙ୍କୁ ନିଲମ୍ବିତ କରାଯାଇଛି। ଗୃହରେ ଉପ-ରାଜ୍ୟପାଳ ବିନୟ ସକ୍ସେନାଙ୍କ ଅଭିଭାଷଣ ସମୟରେ ‘ମୋଦି-ମୋଦି’ ନାରା ଦିଆଯାଇଥିଲା। ଯାହା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଭଗତ ସିଂ ଏବଂ ବି.ଆର. ଆମ୍ବେଦକରଙ୍କ ଫଟୋ ହଟାଇବା ବିରୋଧରେ ପ୍ରତିବାଦ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକମାନଙ୍କୁ ଲଗାତାର ନିଲମ୍ବିତ କରାଯାଉଛି। ଦିଲ୍ଲୀ ବିଧାନସଭା ମଙ୍ଗଳବାର ହଟ୍ଟଗୋଳ ସହ ଆରମ୍ଭ ହୋଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅଭିଭାଷଣ ସମୟରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକମାନେ ଜୋରଦାର ହଙ୍ଗାମା କରିଥିଲେ। ଫଳରେ ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ୧୨ ଜଣ ଆପ୍‌ ବିଧାୟକଙ୍କୁ ସାରା ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରିଛନ୍ତି।ଦିଲ୍ଲୀ ସରକାର ଆଜି ବିଧାନସଭାରେ ପୂର୍ବତନ ଆପ୍‌ ସରକାରଙ୍କ ପ୍ରଦର୍ଶନ ଉପରେ ସିଏଜି ରିପୋର୍ଟ ଉପସ୍ଥାପନ କରିବେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!