ଭୁବନେଶ୍ୱର,୧।୩: ରାଜଧାନୀର ରାଜରାସ୍ତାରେ ଶନିବାର କଂଗ୍ରେସର ରଣହୁଙ୍କାର ଦେଖିବାକୁ ମିଳିଛି । ଲୋୟର ପିଏମ୍ଜିରେ କଂଗ୍ରେସ-ପୁଲିସ ଧସ୍ତାଧସ୍ତି ହୋଇଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍ ଶୋ ବେଳେ ଲୋୟର ପିଏମ୍ଜିରେ କଂଗ୍ରେସ କର୍ମୀ-ପୋଲିସ ଧସ୍ତାଧସ୍ତି ହୋଇଛନ୍ତି। ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ଚାଲିଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ ଏହି ଧସ୍ତାଧସ୍ତି ହୋଇଛନ୍ତି।କିଟ୍ରେ ଛାତ୍ରୀ ମୃତ୍ୟୁ, ଦଶମ ଛାତ୍ରୀ ପ୍ରସବ ଘଟଣାକୁ ନେଇ ହଲାବୋଲ ହୋଇଛି। ରାଜ୍ୟରେ ନାବାଳିକା ଗର୍ଭବତୀ ହେବାକୁ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ପାୱାର୍ ଶୋ’ କରିଛନ୍ତି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଘେରାଉ କରିବାକୁ ଆସିଥିବା କଂଗ୍ରେସ ମହିଳା ସଭାପତିଙ୍କୁ ମହିଳା ପୋଲିସ ଉଠାଇ ନେଉଥିବା ମଧ୍ୟ ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |