ନୂଆଦିଲ୍ଲୀ,୨।୩: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏକ ‘ପୂର୍ଣ୍ଣ ଚନ୍ଦ୍ରଗ୍ରହଣ’ ହେବ। ଏହି ଜ୍ୟୋତିର୍ବିଜ୍ଞାନିକ ଘଟଣା ଭାରତୀୟ ସମୟ ଅନୁସାରେ ମାର୍ଚ୍ଚ ୧୪ ତାରିଖରେ ଘଟିବ । କିନ୍ତୁ ଭାରତରେ ଏହି ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ନାହିଁ। ଏହି ଚନ୍ଦ୍ରଗ୍ରହଣ ଆମେରିକା, ପଶ୍ଚିମ ୟୁରୋପ, ପଶ୍ଚିମ ଆଫ୍ରିକା ଏବଂ ଉତ୍ତର ଓ ଦକ୍ଷିଣ ଆଟଲାଣ୍ଟିକ ମହାସାଗର ଭଳି ଅଞ୍ଚଳରେ ଦୃଶ୍ୟମାନ ହେବ। ଚଳିତବର୍ଷ ଗୋଟିଏ ମାସରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗହଣ ଲାଗୁଛି। ବର୍ଷର ପ୍ରଥମ ଗ୍ରହଣ ବିଷୟରେ କହିବାକୁ ଗଲେ, ବର୍ଷର ପ୍ରଥମ ଗ୍ରହଣ ୨୦୨୫ ମାର୍ଚ୍ଚରେ ହେବାକୁ ଯାଉଛି, ଯାହା ଏକ ଚନ୍ଦ୍ରଗ୍ରହଣ ହେବ। ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ୧୪ ମାର୍ଚ୍ଚ, ଫାଲଗୁଣ ପୂର୍ଣ୍ଣିମା ଦିନ ହେବାକୁ ଯାଉଛି।Chandra Grahan 2025: ଏହି ଗ୍ରହଣ ମାର୍ଚ୍ଚ ୧୪ ତାରିଖ ସକାଳ ୯:୨୯ ରେ ଆରମ୍ଭ ହେବ ଏବଂ ଅପରାହ୍ନ ୩:୨୯ ରେ ଶେଷ ହେବ। ଭାରତୀୟ ସମୟ ଅନୁସାରେ, ଚନ୍ଦ୍ରଗ୍ରହଣ ଦିନବେଳେ ହେଉଛି, ତେଣୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ଏବଂ କୌଣସି ସୂତକ ମଧ୍ୟ ହେବ ନାହିଁ। ଯେଉଁ ସ୍ଥାନରେ ଗ୍ରହଣ ଦୃଶ୍ୟମାନ ହୁଏ, ସେଠାରେ ସୂତକ ବୈଧ ଅଟେ। ଯେହେତୁ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ତେଣୁ ଏଠାରେ ଚନ୍ଦ୍ରଗ୍ରହଣ ଦେଖାଯିବ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |