ଭୁବନେଶ୍ୱର,୬ା୩: ଆଜି ଦିନ ୧୨ଟାବେଳେ ଖାତାକୁ ଯିବ ସୁଭଦ୍ରା ଟଙ୍କା ।ଆଜି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ୫ମ ପର୍ଯ୍ୟାୟ ଟଙ୍କା ମିଳିବ । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ ସହାୟତା ।ଆସନ୍ତା କାଲି ଛାଡ଼ି ପୁଣି ୮ ତାରିଖରେ ୧ କୋଟି ମହିଳାଙ୍କ ବ୍ୟାଙ୍କ ଖାତାରେ ଟ୍ରାନ୍ସଫର ହେବ ୫ ହଜାର ଟଙ୍କା । ୮ ତାରିଖରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ଟଙ୍କା ମିଳିବ ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନାକ୍ରମେ ସୁଭଦ୍ରା ଯୋଜନା ପ୍ରତ୍ୟେକ ମହିଳାଙ୍କ ପାଖରେ ପହଞ୍ଚିବ । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ବଞ୍ଚିତ ଅଛନ୍ତି ସେମାନଙ୍କୁ ଖୋଯାଯିବ ବୋଲି ସେ କହିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |