ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ

ଭୁବନେଶ୍ୱର,୭ା୩ :ସପ୍ତଦଶ ବିଧାନସଭାର ୩ୟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାରଠାରୁ ଆରମ୍ଭ  । ଏପ୍ରିଲ ୫ ପର୍ଯ୍ୟନ୍ତ ସପ୍ତଦଶ ଅଧିବେଶନ ଚାଲିବାକୁ ରହିଛି।ଆଜିଠୁ ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ । ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ଏପ୍ରିଲ୍ ୭ ତାରିଖ ଯାଏ ଚାଲିବ ଅଧିବେଶନ । ପ୍ରଥମ ପର୍ଯ୍ୟାୟରେ ୨୦୨୫-୨୬ ବଜେଟ୍ ଆସିଥିବାବେଳେ ଏହି ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ଏହାସହ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ବି ଗୃହରେ ଆଲୋଚନା ସହ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହେବ । ଏସବୁ ବାଦ୍ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ନେଇ ସରଗରମ ରହିପାରେ ୨ୟ ପର୍ଯ୍ୟାୟ ବିଧାନସଭା ।ବିଜୁ ଜୟନ୍ତୀରେ ପଞ୍ଚାୟତିରାଜ ଦିବସ ପାଳନ ନହେବାକୁ ନେଇ ଏବେ ରାଜ୍ୟ ରାଜନୀତି ପୁରା ସରଗରମ । ତେଣୁ ବିରୋଧୀ ଦଳ ବିଜେଡି ବିଜୁ ବାବୁଙ୍କୁ ମୁଖ୍ୟ ପ୍ରସଙ୍ଗ କରିବା ସହ ଧାନ ମଣ୍ଡିରେ ଅବ୍ୟବସ୍ଥା, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଘେରିପାରେ । କଂଗ୍ରେସ ମଧ୍ୟ ଚାଷୀ, ମହିଳା ହିଂସା ଓ ପୋଲାଭରମ ପ୍ରକଳ୍ପକୁ ପ୍ରସଙ୍ଗ କରିବ । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ପୁରା ପ୍ରସ୍ତୁତି କରିଛି ଶାସକ ଦଳ ବିଜେପି ।୩ ଦଶନ୍ଧି ଧରି ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ନ ପାଳିବାକୁ ଘୋଷଣା କରିଛନ୍ତି । କେବଳ ଏହି ଦିନକୁ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ କାର୍ଯ୍ୟକ୍ରମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ସରକାରୀ ଛୁଟି ମଧ୍ୟ ବାତିଲ କରାଯାଇଛି । ଯାହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ରହିଛି । ମାର୍ଚ୍ଚ ୩୦ରେ ରବିବାର ଓ ୩୧ରେ ଇଦୁଲ୍‌ଫିତର ପାଇଁ ବିଧାନସଭାର ଗୃହ କାର୍ଯ୍ୟ ବନ୍ଦ ରହିବାକୁ ଥିବାରୁ ୨୯ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ୧୦ ତାରିଖରୁ ୨୮ ପର୍ଯ୍ୟନ୍ତ ବଜେଟ୍ ଉପରେ ଆଲୋଚନା ହେବ । ବଜେଟ୍‌ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!