ନୂଆଦିଲ୍ଲୀ ୯।୩: ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ୧୦ ମାର୍ଚ୍ଚ ସୋମବାର ଆରମ୍ଭ ହେଉଛି। ଏଥିରେ ସରକାର ଓ ବିପକ୍ଷ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ବିବାଦ ହେବାର ଅନୁମାନ କରାଯାଉଛି। ଏଣୁ ସଂସଦ ଅଧିବେଶନର ଏହି ପର୍ଯ୍ୟାୟ ବେଶ୍ ହଙ୍ଗାମାଦାର ହୋଇପାରେ ବୋଲି ଆକଳନ କରାଯାଉଛି। କୁହାଯାଉଛି ବିରୋଧୀ ଦଳ ଭୋଟର ଲିଷ୍ଟରେ ହେରଫେର, ମଣିପୁର ହିଂସା ଓ ଟ୍ରମ୍ପ ପ୍ରଶାସନ ସହିତ ଭାରତର ସମ୍ପର୍କ ଭଳି ପ୍ରସଙ୍ଗ ଉଠାଇ ପାରନ୍ତି। ଅନ୍ୟପଟେ ସରକାର ଅନୁଦାନ ଦାବି ଲାଗି ସଂସଦର ମଞ୍ଜୁରୀ ପ୍ରାପ୍ତ କରିବା, ବଜେଟ ପ୍ରକ୍ରିୟା ପୁରା କରିବା ଓ ୱାକଅଫ ସଂଶୋଧନ ବିଧେୟକ ଗୃହୀତ କରିବା ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବେ। ଏହା ଛଡା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ନିମନ୍ତେ ସଂସଦର ମଞ୍ଜୁରୀ ପାଇଁ ଏକ ବୈଧାନିକ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିପାରନ୍ତି। ସେହିପରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ମଣିପୁର ବଜେଟ୍ ଉପସ୍ଥାପନ କରିବେ। କାରଣ ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହଙ୍କ ଇସ୍ତଫା ପରେ ଫେବୃଆରୀ ୧୩ ତାରିଖରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |