୧୫୯.୬୧ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର :  ଆନନ୍ଦପୁର ଗସ୍ତ ଅବସରରେ  ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆନନ୍ଦପୁର ମହାବିଦ୍ୟାଳୟର ୬୧ତମ ବାର୍ଷିକ ଉତ୍ସବ ସମାରୋହ ମଞ୍ଚରୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି ।ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, ବିଜୁ ସେତୁ ଯୋଜନା ଅଧୀନରେ  ୧୪.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ ଟି ସେତୁ ଏବଂ ମୁଝ୍ୟମନ୍ତ୍ରୀ ସଡ଼କ ଯୋଜନା ଅଧୀନରେ ୧୭.୮୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪ଟି ରାସ୍ତା, ମୋଟ ୭.୯୨ କୋଟି ଟଙ୍କାରେ ଓଡ଼ପଡ଼ାସ୍ଥିତ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କର୍ମଚାରୀଙ୍କ ନବନିର୍ମିତ କ୍ୱାର୍ଟରକୁ ଉଦଘାଟନ କରିଛନ୍ତି ।ସେହିପରି ପ୍ରାୟ ୫୨ କୋଟି ଟଙ୍କାରେ ୩୪.୮୮ କିଲୋମିଟର ବିଶିଷ୍ଟ ନୂତନ ରାସ୍ତା ନିର୍ମାଣ, ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବି.ଏନ ସଂସ୍କୃତ କଲେଜର ସ୍ମାର୍ଟ କ୍ଲାସରୁମ ଓ ପାଠାଗାର ଓ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ୧୫୦ ଅନ୍ତେବାସୀ ରହିବା ଭଳି ଏକ ହଷ୍ଟେଲ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ପ୍ରଦାନ କରିଛନ୍ତି ।

ଏହି ଅବସରରେ  ମୁଖ୍ୟମନ୍ତ୍ରୀ ହଦଗଡ଼ ବନ୍ୟଜନ୍ତୁ ରେଞ୍ଜରେ ଏକ ସୁବିଧା କେନ୍ଦ୍ର ପ୍ରତିଷ୍ଠା,  ପିଏମଶ୍ରୀ ନିୟମାବଳୀ ଅନୁଯାୟୀ ହଦଗଡ଼ ଜବାହାର ନବୋଦୟ ବିଦ୍ୟାଳୟର ଉନ୍ନତିକରଣ ଏବଂ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଓ ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପକୁ ଖୁବ ଶୀଘ୍ର ସମାପ୍ତ କରି ଏହାର ସୁଫଳ ଜନସାଧାରଣଙ୍କୁ ଭେଟି ଦିଆଯିବ ବୋଲି ଘୋଷଣା କରିଥିଲେ

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!