ଭୁବନେଶ୍ୱର ୧୯।୦୩ : ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ଗୁମର ଫିଟିବାରେ ଲାଗିଛି । ନବ ଦାସଙ୍କ ପରିବାରର ବୟାନ ରେକର୍ଡ ପରେ ଆକ୍ସନ ମୋଡରେ କ୍ରାଇମବ୍ରାଞ୍ଚ । ସାନି ତଦନ୍ତ ବେଳେ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।ଆଜି ସକାଳୁ ସକାଳୁ ଝାରସୁଗୁଡା ବିମାନ ବନ୍ଦରରେ ଖୋଳତାଡ କଲା କ୍ରାଇମବ୍ରାଞ୍ଚ ଟିମ୍ । ପରିବାର ଲୋକଙ୍କ ବୟାନ ପରେ ବିମାନ ବନ୍ଦରରେ ଖୋଳତାଡ କରିଛି ।ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରକୁ ଏୟାରଲିଫ୍ଟ ହୋଇଥିଲେ ନବ ଦାସ । ତେବେ ନବ କେତେବେଳେ ଏୟାରଲିଫ୍ଟ ହୋଇଥିଲେ? ଏୟାରଲିଫ୍ଟ ବେଳେ କିଏ ରହିଥିଲେ, ସେହି ସମୟର ସିସିଟିଭି ଅଛି କି? ନବଙ୍କ ସହ ଏୟାରଲିଫ୍ଟ ବେଳେ ପରିବାର ସଦସ୍ୟ କିଏ କିଏ ଥିଲେ, ତାଙ୍କ ସହ କେଉଁ ଡାକ୍ତର ଆସିଥିଲେ? ସେହି ସମୟରେ କେଉଁ ପ୍ରକାର ମେଡିକାଲ ଫାସିଲିଟି ଦିଆଯାଇଥିଲା? ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ।କେତେବେଳେ, କିପରି ହୋଇଥିଲା ଏୟାରଲିଫ୍ଟ ସେନେଇ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏୟାରଲିଫ୍ଟ ବେଳେ କିଏ ରହିଥିଲେ ସବୁକିଛିର ଖୋଳତାଡ ହୋଇଥିବା ସୂଚନା ରହିଛି । ଏୟାରଲିଫ୍ଟ ଭିତରେ କିଛି ଗୁମର ରହିଛି କି ସେନେଇ ମଧ୍ୟ ଚର୍ଚ୍ଚା ବୃଦ୍ଧି ପାଇଛି ।କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ା ବିମାନ ବନ୍ଦରର ଗେଟ୍ କିପରଠାରୁ ଆରମ୍ଭ କରି ଏୟାର ଲିଫ୍ଟ ସମୟରେ ଯେଉଁମାନେ ଥିଲେ ତାଙ୍କୁ ପଚରାଉଚରା କରିଥିବା ଜଣାଯାଇଛି। ଆଜି ପୁଣି କ୍ରାଇମବ୍ରାଞ୍ଚ ନବଙ୍କ ଝାରସୁଗୁଡ଼ା ସ୍ଥିତ ବାସଭବନକୁ ଯାଇଥିବା ଜଣାଯାଇଛି। ଗତକାଲି କ୍ରାଇମବ୍ରାଞ୍ଚର ୨ଟିମ୍ ନବଙ୍କ ଘରେ ପହଞ୍ଚି ନବ ଦାସଙ୍କ ପତ୍ନୀ ମିନତୀ ଦାସ ଓ ତାଙ୍କ ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଥିଲେ। ଏପରିକି ସେମାନଙ୍କୁ ୭ଘଣ୍ଟାରୁ ଅଧିକ ସେମାନଙ୍କୁ ପଚରାଉଚରା କରିଥିଲା। ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ନବଙ୍କୁ ଗୁଳି ବାଜିଲା ପରେ ପ୍ରାଥମିକ ଚିକିତ୍ସା କରିଥିବା ଡାକ୍ତରଙ୍କୁ ପଚରାଉଚରା କରିଥିଲା। ନୂଆ ତଦନ୍ତ ଅଧିକାରୀ ବିଜୟ ମଲ୍ଲିକ ଓ କ୍ରାଇମବ୍ରାଞ୍ଚର ଜଣେ ମହିଳା ଅଧିକାରୀ ତଦନ୍ତ ପାଇଁ ଯାଇଥିଲେ।ବିମାନବନ୍ଦରରେ ଖୋଳତାଡ ପରେ ସରବାହାଲ ସ୍ଥିତ ବାସଭବନରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ସାନି ତଦନ୍ତର ଦ୍ବିତୀୟ ଦିନରେ ନବଙ୍କ ବାସଭବନରେ ଖୋଳତାଡ୍ କରୁଛି କ୍ରାଇମବ୍ରାଞ୍ଚ । ତେବେ ଗୋପାଳ ସାହୁ ନା ଆଉ କିଏ ହତ୍ୟାକାରୀ ତାହା ତଦନ୍ତ ପରେ ସାମ୍ନାକୁ ଆସିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |