ଆଜିଠୁ ମାଟ୍ରିକ୍ ଖାତାଦେଖା ଆରମ୍ଭ

କଟକ,୧୯।୦୩ : ଆଜିଠୁ ଆରମ୍ଭ ଖାତାଦେଖା ପ୍ରକ୍ରିୟା । ପ୍ରାୟ ୧୩ ଦିନ ଧରି ଚାଲିବ ଏହି ଖାତାଦେଖା । ଛାତ୍ରଛାତ୍ରୀଙ୍କ ଖାତା ମୂଲ୍ୟାଙ୍କନ ପରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍‌ ପରୀକ୍ଷା ଖାତା ଦେଖା ଆଜିଠାରୁ ଆରମ୍ଭ ହେବ। ନୋଡାଲ କେନ୍ଦ୍ରଗୁଡ଼ିକରୁ ଉତ୍ତର ଖାତାକୁ କଡ଼ା ସୁରକ୍ଷାବଳୟରେ ମୂଲ୍ୟାୟନ କେନ୍ଦ୍ରକୁ ଅଣାଯାଇଛି। ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ଖାତା ଦେଖାରେ ନିୟୋଜିତ ହେବାକୁ ଥିବା ଶିକ୍ଷକମାନେ ଗତକାଲିଠୁ ପହଞ୍ଚିଥିବା ଜଣାପଡ଼ିଛି। ୧୫ ଦିନ ଭିତରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।ପରୀକ୍ଷା ଖାତା ମୂଲ୍ୟାୟନ ବେଳେ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ବାହାରକୁ ଆସିବା ଉପରେ କଟକଣା ଜାରି ହୋଇଛି। ସେହିଭଳି ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ ବାରଣ କରାଯାଇଛି। ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ୧୧,୮୦୦ଜଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମୂଲ୍ୟାୟନରେ ନିୟୋଜିତ କରାଯାଇଛି। ପ୍ରାୟ ୫୫୦ ଶିକ୍ଷକଙ୍କୁ ମୂଲ୍ୟାୟନ ପାଇଁ ସଂରକ୍ଷିତ ରଖାଯାଇଛି। ଆବଶ୍ୟକସ୍ଥଳେ ସେମାନେ ତତ୍‌କ୍ଷଣାତ୍‌ ଯୋଗଦେବାର ବ୍ୟବସ୍ଥା ହୋଇଛି। ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟ ସିସିଟିଭି ବଳୟରେ ରଖାଯାଇଥିବା ବେଳେ ସମ୍ପୃକ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ଏହାର ତତ୍ତ୍ୱାବଧାନ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!