ନୂଆଦିଲ୍ଲୀ ,୧୯।୦୩ : : ଆମେରିକୀୟ ମହାକାଶ ସଂସ୍ଥା ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର ୯ ମାସ ପରେ ପୃଥିବୀକୁ ଫେରିଛନ୍ତି। ଦୁହେଁ ଫ୍ଲୋରିଡା ଉପକୂଳରେ ସଫଳ ଅବତରଣ କରିଥିଲେ। ଏହା ପରେ, ତାଙ୍କୁ କ୍ୟାପସୁଲରୁ ବାହାର କରି ଏକ ସ୍ୱତନ୍ତ୍ର ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଛି। ମହାକାଶକୁ ୮ଦିନ ପାଇଁ ଯାଇ ୯ ମାସ ଧରି ଫସିରହିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସୁନୀତା ଏବଂ ବୁଚ୍ଙ୍କ ସହ ଅନ୍ୟ ନିକ୍ ହଗ୍ ଏବଂ ରୁଷୀୟ ମହାକାଶଚାରୀ ଆଲେକଜାଣ୍ଡର ଗୋର୍ବୁନୋଭ ଆନ୍ତର୍ଜାତିକ ମହାକାଶ କେନ୍ଦ୍ର (ଆଇଏସଏସ)ରୁ ଯାତ୍ରା ଆରମ୍ଭ କରିସାରିଥିଲା ବେଳେ ଭୂପୃଷ୍ଠରେ ସେମାନଙ୍କ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡା ନିକଟ ସମୁଦ୍ରତଟରେ ସ୍ପେସ୍-ଏକ୍ସ କ୍ରୁ ଡ୍ରାଗନ୍ କ୍ୟାପସୁଲ୍ ସଫଳ ଅବତରଣ ହୋଇଛି । ଆମେରିକା ସମୟ ମଙ୍ଗଳବାର ସନ୍ଧ୍ୟା ୫.୫୭ ମିନିଟ୍ (ଭାରତୀୟ ସମୟ ବୁଧବାର ପ୍ରତ୍ୟୁଷ ୩.୨୭ ମିନିଟ୍)ରେ ସଫଳ ଲାଣ୍ଡିଂ କରିଛି ଡ୍ରାଗନ୍ କ୍ୟାପସୁଲ୍।ସେମାନେ ଗତ ବର୍ଷ ଜୁନ୍ ୫ ତାରିଖରେ ଏକ ବୋଇଂ ଷ୍ଟାରଲାଇନରରେ ମହାକାଶକୁ ଉଡ଼ିଥିଲେ ଏବଂ ଏବେ ସକାଳେ ସ୍ପେସଏକ୍ସର ଡ୍ରାଗନ୍ ସ୍ପେସକ୍ରାଫ୍ଟରେ ଫେରି ଆସିଥିଲେ।ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ ୱିଲମୋର 286 ଦିନ ପରେ ମହାକାଶରୁ ଫେରିଛନ୍ତି। ଉଭୟ ସ୍ପେସ୍ଏକ୍ସର ଡ୍ରାଗନ୍ କ୍ୟାପସୁଲ ମଧ୍ୟରେ ଫ୍ଲୋରିଡା ସମୁଦ୍ରରେ ଅବତରଣ କରିଛନ୍ତି।ସୁନୀତା ଏବଂ ତାଙ୍କ ସାଥି ବୁଚ ବିଲମୋର ମାତ୍ର 8 ଦିନର କଣ୍ଟ ନେଇ ମହାକାଶକୁ ଯାଇଥିଲେ । ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନଙ୍କୁ ମହାକାଶରେ ଦୀର୍ଘ 9 ମାସରୁ ଉର୍ଦ୍ଧ ସମୟ ରହିବାକୁ ପଡିଥିଲା। ମହାକାଶଚାରୀ ସୁନୀତା ଏବଂ ତାଙ୍କ ସହଯୋଗୀ ବୁଚ ମହାକାଶରୁ ଅବତରଣ କରିଛନ୍ତି। ସେମାନଙ୍କର ସୁଖଦ ଅବତରଣ ପାଇଁ ସାରା ପୃଥିବୀର ଲୋକମାନେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସୁନୀତାଙ୍କ ମହାକାଶରୁ ଅବତରଣ ପରେ ସାରା ପୃଥିବୀରେ ଖୁସିର ଲହରୀ ଖେଳିଯାଇଛି।ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ‘ରାଷ୍ଟ୍ରପତି ହେବା ପରେ ଯେତେବେଳେ ମୁଁ ଅଫିସକୁ ଆସିଲି, ମୁଁ ଏଲନ୍ ମସ୍କଙ୍କୁ କହିଥିଲି ଯେ, ସେମାନଙ୍କୁ (ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର) ଫେରାଇ ଆଣିବାକୁ ହେବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |