ନବରଙ୍ଗପୁର ( ମିହିର ଶଙ୍କର ପାତ୍ର),୧୯ା୩:-ଆଜି ସକାଳୁ ନବରଙ୍ଗପୁରରେ ଏକ ବସ୍ ଓଲଟିପଡିଛି । ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି ।ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ତାରାଗାଁ ନିକଟରେ ବସ୍ ଓଲଟିପଡିଛି । ବସ୍ ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଉମରକୋଟରୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ ୨୦ରୁ ଉର୍ଦ୍ଧ ଆହତ ହୋଇଛନ୍ତି । ଖବର ପାଇ,ନବରଙ୍ଗପୁର ଓ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ଆହତ ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସ ମୃତଦେହକୁ ଜବତ କରିଛି । ମୃତକ ଜଣକ ଡାବୁଗାଁ ଗ୍ରାମର ଗିବିନ୍ଦ ତ୍ରିପାଠୀ ବୋଲି ଜଣା ପଡିଛି। ବର୍ତ୍ତମାନ ଡାବୁଗାଁ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |