ଭୁବନେଶ୍ୱର, ୧୯।୦୩ : କାହିଁକି ସୁଭଦ୍ରା ୨ୟ ପର୍ଯ୍ୟାୟ କିସ୍ତିରୁ ୧ ଲକ୍ଷ ପାଇଲେନି ମହିଳା ହିତାଧିକାରୀ କାରଣ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ସୁଭଦ୍ରା ଦ୍ୱିତୀୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି। ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ମହିଳା ହିତାଧିକାରୀ ବଞ୍ଚିତ ହୋଇଛନ୍ତି। ମାର୍ଚ୍ଚ ୩୧ ତାରିଖ ପରେ ହେବ ୱାନ୍ ଟୁ ୱାନ ସର୍ଭେ । ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ୱିତୀୟ କିସ୍ତି ଟଙ୍କା ପାଇବେ।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ସୁଭଦ୍ରା ୨ୟ ପର୍ଯ୍ୟାୟ କିସ୍ତିରୁ ୧ ଲକ୍ଷ ମହିଳା ବଞ୍ଚିତ ହୋଇଛନ୍ତି । ରାସନ୍ କାର୍ଡ ଓ ଆୟରେ ତାଳମେଳ ଅଭାବରୁ ୧ ଲକ୍ଷ ମହିଳା ସୁଭଦ୍ରା ୨ୟ କିସ୍ତିରୁ ବଞ୍ଚିତ ହୋଇଛନ୍ତି ୧ ଲକ୍ଷ ମହିଳା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ, ସେମାନେ ଦ୍ୱିତୀୟ କିସ୍ତି ଆସିବା ପୂର୍ବରୁ ଆୟ ଅଧିକ ଥିବାରୁ ରାସନ କାର୍ଡ ଫେରାଇଛନ୍ତି । ଯେଉଁଥି ପାଇଁ ୧ ଲକ୍ଷ ମହିଳା ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି ।ତେବେ ବଞ୍ଚିତ ହୋଇଥିବା ମହିଳାଙ୍କ ମଧ୍ୟରେ ଅନେକ ଗାଡ଼ି କିଣିଛନ୍ତି । ୫ ଏକର ଜମି ନଥାଇ ବି ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏସବୁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି। ସେହି କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି। ମାର୍ଚ୍ଚ ୩୧ ପରେ ୱାନ୍ ଟୁ ୱାନ ସର୍ଭେ କରାଯିବ । ସର୍ଭେ ପରେ ପୁରା ରେକର୍ଡ ପ୍ରସ୍ତୁତ କରାଯିବ । ରକ୍ଷା ବନ୍ଧନ ସମୟରେ ଯେଉଁମାନେ ତାଙ୍କ ଭିତରୁ ଯୋଗ୍ୟ ହେବେ ସେହି ସମୟର ସେମାନଙ୍କ କିସ୍ତି ସେମାନଙ୍କୁ ମିଳିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |