ନବରଙ୍ଗପୁର (ମିହିର ଶଙ୍କର ପ|ତ୍ର):ଉମରକୋଟ ରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ହିନ୍ଦୁ ସୁରକ୍ଷା ବାହିନୀ ର ସଭାପତି ଦୀପ କୋମଳ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଜୟପୁର ଉମରୀ ର ଯୁବନେତା ରଞ୍ଜିତ ବାଘ , ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କୋରାପୁଟ ର ଯୁବନେତା ଡାଲୁ ଖିଲ , ସନ୍ତୋଷ ଦଳେଇ, ଶ୍ୟାମସୁନ୍ଦର କବିରାଜ, ଚିନ୍ମୟ ପଟ୍ଟନାୟକ, ମିଲୁ ପଣ୍ଡା, ଅଞ୍ଜନ ଜେନା ଏବଂ ଅନେକ ହିନ୍ଦୁ ରାଷ୍ଟ୍ର ବାଦୀ ଯୁବକ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ଓ କଳାହାଣ୍ଡି ଜିଲ୍ଲା ରେ ହିନ୍ଦୁତ୍ବ ର ସୁରକ୍ଷା ପାଇଁ ଯୁବ ସମାଜକୁ ଆଗକୁ ଆଣିବା ପାଇଁ ଏହି ସମ୍ମିଳନୀ ରଖା ଯାଇଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |