ଭୁବନେଶ୍ୱର,୨୦ା୩ :ରାଜ୍ୟରେ ସଂରକ୍ଷଣ ସୁବିଧା ଓ ଅଭାବୀ ବିକ୍ରି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତ୍ୱରିତ କାର୍ଯ୍ୟାନ୍ବୟନ କରିବେ। ଏହାର ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ ଶୀତଳଭଣ୍ଡାର ନିର୍ମାଣ କରାଯିବ। ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ୬.୫୦ କୋଟି ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ମିଳିବ ବୋଲି କୃଷିମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।ଓଡ଼ିଶାରେ ଆବଶ୍ୟକ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ କରିପାରୁନାହାନ୍ତି। ଏଥିଯୋଗୁ ସେସବୁକୁ କମ୍ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଅଭାବୀ ବିକ୍ରି ସମସ୍ୟା ଯୋଗୁ ରାଜ୍ୟରେ କେତେକେ ଚାଷପ୍ରତି ବିମୁଖ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ଶୀତଳଭଣ୍ଡାର ନୀତି ତୁରନ୍ତ ପ୍ରଣୟନ କରିବେ। ପ୍ରଥମ ପର୍ଯ୍ୟାୟରେ ୫୮ ଉପଖଣ୍ଡରେ ଗୋଟିଏ ଲେଖାଏ କୋଲ୍ଡଷ୍ଟୋରେଜ୍ ନିର୍ମାଣ କରାଯିବ ବୋଲି ବୁଧବାର ବିଧାନସଭାରେ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |