ଭୁବନେଶ୍ବର,୨୦।୩: ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବାକୁ ଯାଉଛି। ଓଡ଼ିଶା ରାଜଧାନୀ ଏବଂ ଗୋଆ ମଧ୍ୟରେ ସିଧାସଳଖ ବିମାନ ସେବା ୧ ଏପ୍ରିଲରୁ ଆରମ୍ଭ ହେବ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ କରାଯାଇଛି।ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଭୁବନେଶ୍ବରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି।ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଭୁବନେଶ୍ବରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ବିମାନ ଚଳାଚଳ କରିବ। ଘରୋଇ ବିମାନ କଂପାନି ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଯାତ୍ରମାନେ ଚାହିଁଲେ ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |