ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୧।୩:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ାରେ ସେହି ଗ୍ରାମ ଜଣେ ଯୁବକ ୮୦ ହଜାର ଲିଟର ପାଣି ଟାଙ୍କି ଭିତରେ ପରିସ୍ରା କରିବା ସହ ଛେପ ପକାଇଛନ୍ତି। ଯୁବକ ଜଣକ ଏଭଳି କାମ କରିବାରୁ ଗ୍ରାମବାସୀ ଉକ୍ତ ପାଣି ଟାଙ୍କିରୁ ୫ ଦିନ ହେଲା ପାଣି ବ୍ୟବହାର କରୁ ନାହାନ୍ତି। ଏ ନେଇ ଗ୍ରାମରେ ବୈଠକ କରାଯାଇ ସଂପୃକ୍ତ ଯୁବକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତେ ମତାମତ ଦେଇଛନ୍ତି। ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କୁ ବୈଠକରେ ଡାକିଥିଲେ ସୁଦ୍ଧା ସେ ଏହାକୁ ଅଣଦେଖା କରିଛନ୍ତି।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |