ନବରଙ୍ଗପୁର( ମିହିର ଶଙ୍କର ପାତ୍ର),୨୧।୩:ଓଡ଼ିଶା ରେ ଗୋ ହତ୍ୟା ନିଷେଧ ପାଇଁ ବିଶ୍ବହିନ୍ଦୁ ପରିଷଦ ର ଆହ୍ବାନ କ୍ରମେ ବିଭିନ୍ନ ହିନ୍ଦୁ ସଙ୍ଗଠନ ର ମିଳିତ ସମାବେଶ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ପିନ ନିକଟରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ହିନ୍ଦୁ ମହାସଂଘ ମଧ୍ୟ ସକ୍ରୀୟ ଭାବେ ଅଂଶଗ୍ରହଣ କରିଥିଲା। ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ, ଉପାଧ୍ୟକ୍ଷ ପ୍ରବାଳ ରଞ୍ଜନ ବାରିକ, ଓଡ଼ିଶା ଅଧ୍ୟକ୍ଷ ଶରତ ପରିଡ଼ା, ଆଇନ୍ ପରାମର୍ଶଦାତା କରୁଣ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଭବାନୀ ବାହିନୀ ଅଧ୍ୟକ୍ଷା ଜୟଶ୍ରୀ ନାୟକ, କାର୍ଯ୍ୟକାରୀ ଅଧ୍ୟକ୍ଷା ଯୁବ ହିନ୍ଦୁ ମହାସଂଘ ଦକ୍ଷିଣ ଓଡ଼ିଶା ପ୍ରମୁଖ ସ୍ୱାଗତିକା ସାମନ୍ତରାୟ, ଯାଜପୁର ପ୍ରମୁଖ ବିଶ୍ବଜିତ ଦାସ , ପୁରୀ ପ୍ରମୁଖ ବାଲୁଙ୍କେଶ୍ବର ମହାପାତ୍ର, ଲକ୍ଷ୍ମୀ ପ୍ରୀୟା ମହାପାତ୍ର,ପ୍ରଜ୍ଞା ରାଣୀ ନାୟକ, ପ୍ରଦିପ ସାହୁ ଏବଂ ଅନେକ ହିନ୍ଦୁ ମହାସଂଘ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଆଗାମୀ ଦିନରେ ସମାନ ବିଚାର ରଖୁଥିବା ସଂଗଠନ ମାନଙ୍କର ସହ ଗୋ ରକ୍ଷା କରାଯିବ ବୋଲି ସାଧାରଣ ଉମାକାନ୍ତ ବିଷୟୀ ବ୍ୟକ୍ତ କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |