ନବରଙ୍ଗପୁର(ମିହିର ଶଙ୍କର ପାତ୍ର),,୨୨ା୩:-ପାପଡା ହାଣ୍ଡି ବ୍ଳକ ର ଗୋପି ଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଗୋପିଗୁଡ଼ା;ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଗ୍ରାମ-ତୁରୁଞ୍ଜିଆ ଗୁଡ଼ାରେ ଆମ ସଂସ୍କୃତି ଓ ଆମ ପରମ୍ପରା କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ କିଶୋର ବେହେରା , ସମ୍ମାନୀୟ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର , ମୁଖ୍ୟବକ୍ତା ପ୍ରଧାନ ଶିକ୍ଷକ ରତିକାନ୍ତ ପଣ୍ଡା , ପ୍ରଧାନ ଶିକ୍ଷକ ସୁଦର୍ଶନ ମାଝୀ ସଭାପତି ଆସନ ରେ ଅଳକୃତ ସହ ବିଦ୍ୟାଳୟ ପରିଚ଼ାଳନା କମିଟି ସଭ୍ୟ ବୃନ୍ଦ ଓ ପିଲାମାନଙ୍କ ପିତାମାତା ଯୋଗଦାନ କରିଥିଲେ ।ଆଜିର କାଯ୍ୟକ୍ରମରେ ଟି.ଏଲ. ଏମ ୱାର୍କ କାର୍ଯ୍ୟ,ବାର୍ଷିକ ଉତ୍ସବରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ରୁ ୩ ଟି ଲେଖାଏଁ ପିଲାଙ୍କୁ ଚ଼ୟନ କରାଯାଇ ଥିଵା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ ବ୍ୟବସ୍ଥା କରାଯାଇଥିଲା ।ଆମ ସଂସ୍କୃତିର ଖେଳନା ସମୁହ ପ୍ରଦର୍ଶନ ହୋଇଥିଲା।ପିଲା ମାନଙ୍କର ଆନନ୍ଦ ପାଇଁ ବିଭିନ୍ନ ପ୍ରକାର ମୁଖା ପିନ୍ଧି ଥିଲେ ସେ ପିଲା ମାନଙ୍କ ମଧ୍ୟରେ ଅପୂର୍ବ ଆନନ୍ଦ ଲହରୀ ଦେଖାଯାଇଥିଲା ମୁଖ୍ୟବକ୍ତା ରତୀକାନ୍ତ ପଣ୍ଡା ବାର୍ଷିକ ଉତ୍ସବ ରେ ସୁନିତା ଭାଇଲିୟମ ଜୀବନର ସଂଘର୍ଷ କାହାଣୀରେ ସଫଳତା କୁ ନେଇ ପିଲାମାନଙ୍କ ମଧ୍ୟରେ ଉତ୍ସାହ ଦେଇ ନିଆରା ପିଲାଟିଏ ହେବାକୁ ପ୍ରେରଣା ବାର୍ତ୍ତା ଦେଇଥିଲେ।ସି.ଆର .ସି.ସି .ବାବୁଲାଲ ଆମ ସଂସ୍କୃତି ଓ ଆମ ପରମ୍ପରା ବାବଦରେ ଆଲୋକପାତ କରିଵା ସହ ବାର୍ଷିକ ଉତ୍ସବ ରେ ପିଲା ମାନଙ୍କୁ ଭଲ ମଣିଷ କରି ଗଢ଼ିବା ପାଇଁ ଛାତ୍ରଛାତ୍ରୀ,ପିତାମାତା ଓ ଅଭିଭାବକ ର ସହଯୋଗ ପାଇଁ ମତ ଦେଇଥିଲେ ।ପ୍ରଧାନ ଶିକ୍ଷକ ସୁଦର୍ଶନ ନାୟକ ପିଲା ମାନଙ୍କର ସାମଗ୍ରିକ ବିକାଶମୁଖୀ ପାଇଁ ଶିକ୍ଷାରେ ଶିକ୍ଷକରେ କାର୍ଯ୍ୟକୁ ଗ୍ରାମବାସୀ ଭୂରୟସୀ ପ୍ରଶଂସା କରିଥିଲେ।ସହକାରୀ ଶିକ୍ଷକ ପ୍ରଦୀପ ନାୟକ ମଞ୍ଜ ପରିଚାଳନା କରିଥିଲେ।ପିତାମାତା,ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି , ୱାର୍ଡ ମେମ୍ବର ଯୋଗଦାନ କରିଥିଲେ। ଶେଷ ରେ ପିଲା ମାନଙ୍କ ତରଫରୁ ନୃତ୍ୟ ଓ ଗୀତ ପରିବେଷଣ ହୋଇଥିଲା ଜ୍ୟୋସ୍ନା ମୟୀ ପ୍ରଧାନ ଓ ଅନନ୍ତ ଦରା ପ୍ରମୁଖ ସହଯୋଗ କରିଥିଲେ ।କଳାଭାଟି ଗୁଡ଼ା ବିଦ୍ୟାଳୟର ସମ୍ମାନିତ ବିଶେଷ ଅତିଥି ଶିକ୍ଷକ ଜଗନ୍ନାଥ ମାଝୀ ସମସ୍ତକୁ ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ ଘୋଷଣା ରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |