ଭୁବନେଶ୍ୱର,୨୨ା୩:ସାରା ବିଶ୍ୱରେ ଆଜି ପାଳନ ହେଉଛି ‘ଆର୍ଥ ଆୱାର’। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆଓ୍ବାର ଭାବେ ପାଳନ କରାଯାଏ। ଏବର୍ଷର ବିଷୟବସ୍ତୁ ରହିଛି ‘ୟୁନାଇଟେଡ୍ ଫର୍ ଆଓ୍ବାର ଓ୍ବାନ୍ ଶେୟାରଡ୍ ହୋମ୍’। ବିଶ୍ୱବାସୀ ରାତି ୮ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ୧ ଘଣ୍ଟା ବିଦ୍ୟୁତ୍ ଆଲୁଅ ବନ୍ଦ କରି ଏହି ଆର୍ଥ ଆୱାର ପାଳନ କରିବେ।୨୦୦୮ରୁ ଏଯାଏ ଏହି ଦିବସକୁ ସାରା ବିଶ୍ୱର ୧୯୦ଟି ଦେଶରେ ପାଳନ କରାଯାଉଛି। ଏହି ଦିନ ଆଲୋକ ସହ ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବା ଦ୍ୱାରା ଯେତିକି ପରିମାଣର ବିଦ୍ୟୁତ୍ ସଞ୍ଚୟ ହେବ, ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହେବ ବୋଲି ବାର୍ତ୍ତା ରହିଛି।ଜଳବାୟୁ ପରିବର୍ତନର ଆହ୍ୱାନ ଏବଂ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳିତ ହେଉଛି । ଏହି ଅଭିଯାନକୁ ସମର୍ଥନ କରି ନିଜ ଘରେ ଓ ଅଫିସ କାର୍ଯ୍ୟାଳୟ ଗୁଡ଼ିକରେ ଗୋଟିଏ ଘଣ୍ଟା ପାଇଁ ବିଜୁଳି ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ପ୍ରତିବର୍ଷ ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍ ରହିଛି “The Power of Nature”।୨୦୦୭ରେ ଅଷ୍ଟ୍ରେଲିଆର ସିଡ୍ନୀ ସହରରେ ଲୋକମାନେ ଘଣ୍ଟାଏ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ସେବେଠାରୁ ୧୯୦ରୁ ଅଧିକ ଦେଶରେ ପ୍ରତିବର୍ଷ ‘ଆର୍ଥ ଆୱାର୍’କୁ ପାଳନ କରାଯାଉଛି । ଗତବର୍ଷ ‘ଆର୍ଥ ଆୱାର୍’ ସମୟରେ ଲୋକେ ୧୭୧ ମେଗାୱାଟ୍ ବିଜୁଳି ସଞ୍ଚୟ କରିଥିଲେ । ଏହାପୂର୍ବରୁ ୨୦୨୧ରେ ୩୩୪ ମେଗାୱାଟ୍, ୨୦୨୦ରେ ୭୯ ବିଜୁଳି ସଂଚୟ ହୋଇଥିଲା । ‘ଆର୍ଥ ଆୱାର୍’ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ବିଜୁଳି ସଂଚୟ ସହ ପ୍ରକୃତିର ସୁରକ୍ଷା ପାଇଁ ଜଳବାୟୁ ପରିବର୍ତ୍ତନ ଏବଂ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିବା । ଶେଷରେ ଏତିକି କୁହାଯାଇପାରେ ଆର୍ଥ ଆୱାର ପାଳନ କରିବା ନକରିବା ବିଦ୍ୟୁତ ବ୍ୟବହାରକାରୀଙ୍କ ମାନସିକତା ଓ ମହତ ଉଦେଶ୍ୟ ଉପରେ ନିର୍ଭର କରିଥାଏ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |