ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ରାଷ୍ଟ୍ରପତି ଦୁଇଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ତେବେ ରାଷ୍ଟ୍ରପତି ଆସନ୍ତା ୨୪ ଏବଂ ୨୫ ତାରିଖରେ ଓଡ଼ିଶା ଆସିବେ ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।  ରାଷ୍ଟ୍ରପତି ମଧ୍ୟାହ୍ନ ୧୨ଟା ୩୦ରେ ଏକ ସ୍ୱତନ୍ତ୍ର ବାୟୁସେନା ବିମାନରେ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦର ରାୟପୁର ଛତିଶଗଡ଼ରୁ ବାହାରି ଅପରାହ୍ନ ୧.୩୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡରେ ଅବତରଣ କରି ସଡ଼କ ପଥରେ କଣ୍ଟିଲୋ ସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ କରିବେ। ଅପରାହ୍ଣ ୩.୦୫ ମି.ସମୟରେ ପ୍ରଭୁ ନୀଳମାଧବ ମନ୍ଦିର ଦର୍ଶନ କରି ପୂଜାର୍ଚ୍ଚନା କରିବେ। ଅପରାହ୍ଣ ୩.୩୫ରେ ନୟାଗଡ଼ କାଳିଆପଲ୍ଲୀରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଉତ୍ସବରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ୨୫ ତାରିଖ ସକାଳେ  ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!