୨୦୨୬-୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍

ଭୁବନେଶ୍ଵର,୨୨ା୩: ନୂଆ ସିଲାବସ୍ କୁ ନେଇ ବଡ଼ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଆଜି ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୦୨୬-୨୭ ଶିକ୍ଷା ବର୍ଷରେ ରାଜ୍ୟରେ ଲାଗୁ ହେବ ନୂଆ ସିଲାବସ୍ । ଜାତୀୟ ଶିକ୍ଷା ନୀତି-NEP ଅନୁସାରେ ନୂତନ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ । ନୂଆ ସିଲାବସ୍‌ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ମିଳିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍‌ ଲାଗୁ ହେବ।ଏନଇପି ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ଗଠନ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସିଲାବସ୍ ବଦଳିବ। ଭାଷା, ସଂସ୍କୃତି ଏବଂ ଐୗତିହ୍ୟକୁ ଆଧାର କରି ନୂଆ ସିଲାବସ୍ ଆସିବ। କମିଟି ତର୍ଜମା କରୁଛି , ରାଜ୍ୟ ପାଇଁ ଯାହା ଠିକ୍ ହେବ ତାହା ସ୍ଥାନ ପାଇବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!