ଭୁବନେଶ୍ୱର, ୨୪।୩:ବିଧାନସଭା ବଜେଟ୍ ଅଧିବେଶନ । ସୋମବାର ଗୃହ ଆରମ୍ଭ ହେବା ମାତ୍ରେ ଶୁଭୁଥିଲା ଘଣ୍ଟ ଓ ଗିନି । ନାରୀ ନିର୍ଯାତନା ପ୍ରସଙ୍ଗରେ ଗୃହରେ ଘଣ୍ଟ ଓ ଗିନି ବଜାଇଥିଲେ ବିରୋଧୀ କଂଗ୍ରେସ । ଏପିରିକି ଗୃହ ମଧ୍ୟ ଭାଗକୁ ଆସି ମଧ୍ୟ ବିରୋଧ ପ୍ରଦର୍ଶନ କରିଥିଲେ । ଯାହାଫଳରେ ବିଧାନସଭାକୁ ୧୨ଟା ୯ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।ଆଜି ଆରମ୍ଭରୁ ଅଚଳ ବିଧାନସଭା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଙ୍ଗାମା । ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିଛନ୍ତି ବିରୋଧୀ। ନାରୀ ସୁରକ୍ଷା ପ୍ରସଙ୍ଗରେ ଘଣ୍ଟ ବାଡେଇ ପ୍ରତିବାଦ କଲେ କଂଗ୍ରେସ କର୍ମୀ । ଏହାସହିତ ପ୍ଲାକାର୍ଡ ଧରି ଗୃହରେ ନାରାବାଜି କଲେ ବିରୋଧୀ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ୧୨ଯା୯ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି।ଆଜିର ବିଧାନସଭା ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଦେବେନ୍ଦ୍ରନାଥ ଶର୍ମାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହାକୁ ସମର୍ଥନ କଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସମର୍ଥନ କଲେ କଂଗ୍ରେସ ବିଧାୟକ ଦଳ ନେତା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଶୋକ ପ୍ରସ୍ତାବକୁ ପାରିତ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଦିବଂଗତ ପୂର୍ବତନ ବିଧାୟକଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ଧରି ନୀରବ ପ୍ରାର୍ଥନା କରିଥିଲେ ସମସ୍ତ ସଦସ୍ୟ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |