ଭୁବନେଶ୍ୱର,୨୪ା୩ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାରଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ନୟାଗଡରେ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ବେଳେ ରାଜଭବନରେ ରାତ୍ରିରହଣୀ ବ୍ୟବସ୍ଥା ଥିବାରୁ ସୁରକ୍ଷାକୁ କଡାକଡି କରିଛି କମିସନରେଟ ପୁଲିସ।ସେ ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଛତିଶଗଡ ରାଜଧାନୀ ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ବାହାରି ଅପରାହ୍ନ ସାଢେ ୧ଟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ପରେ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ କଣ୍ଟିଲୋର ନୀଳମାଧବ ମନ୍ଦିର ଯାଇ ଠାକୁରଙ୍କୁ ଦର୍ଶନ କରିବେ। ଅପରାହ୍ନ ୩ଟା ୩୫ରେ ନୟାଗଡ କାଳିଆପଲ୍ଲୀରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେଶନର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଭୁବନେଶ୍ୱର ଫେରି ରାତ୍ରିଯାପନ କରିବେ। ପରଦିନ ଅର୍ଥାତ ମଙ୍ଗଳବାର ୨୫ ତାରିଖ ସକାଳେ ବାୟୁସେନା ବିମାନରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିମାନବନ୍ଦରଠାରୁ ଆରମ୍ଭ କରି ରାଜଭବନ ଓ ରାଷ୍ଟ୍ରପତିଙ୍କ ରୁଟ୍ ଲାଇନ୍ରେ ଶୃଙ୍ଖଳିତ ଯାତାୟାତ ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ୩ଜଣ ଡିସିପି କିମ୍ବା ଏସିପି ର଼୍ୟାଙ୍କର ଅଫିସର, ୩ ଜଣ ଅତିରିକ୍ତ ଡିସିପି, ୧୪ ଡିଏସ୍ପି, ୨୮ଇନ୍ସପେକ୍ଟରଙ୍କ ସହ ୧୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ପରିପ୍ରେକ୍ଷୀରେ ରବିବାର ବିମାନବନ୍ଦରରୁ ରାଜଭବନ ଓ ରୁଟ୍ ଲାଇନ୍ରେ କାର୍କେଡ୍ ରିହର୍ସାଲ କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |