ଆଇପିଏଲ୍‌ ମହାସମର: ଆଜି ଗୁଜୁରାଟ-ପଞ୍ଜାବ ଲଢେଇ

ଅହମ୍ମଦାବାଦ,୨୫।୩ : ଚଳିତ ଆଇପିଏଲ୍‌ର ୫ମ ମ୍ୟାଚ୍‌ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଗୁଜରାଟ ଟାଇଟାନ୍ସ ଓ ପଞ୍ଜାବ କିଙ୍ଗ୍‌ସ। ଆଜି ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଖେଳିବେ। ୨୦୨୨ରେ ଆଇପିଏଲ୍‌ ପଦାର୍ପଣ କରି ଗୁଜରାଟ ଚମ୍ପିଆନ୍‌ ହୋଇଥିଲା। ପରବର୍ଷ ଏହା ଉପବିଜେତା ହୋଇଥିଲା। ହେଲେ ଗତବର୍ଷ ଗୁଜରାଟ ନିମ୍ନମାନର ପ୍ରଦର୍ଶନ କରି ୧୦ଟି ଦଳଙ୍କ ମଧ୍ୟରେ ୮ମ ସ୍ଥାନରେ ରହି ପ୍ଲେଅଫ୍‌ରୁ ବଞ୍ଚିତ ହୋଇଥିଲା। ଶୁବ୍‌ମାନ ଗିଲ୍‌ ନେତୃତ୍ବାଧୀନ ପଞ୍ଜାବ ଏଥର ପ୍ଲେଅଫ୍‌ ଖେଳିବା ଆଶାରେ ଅଭିଯାନ ଆରମ୍ଭ କରିବ। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ଆଇପିଏଲ୍‌ର ପ୍ରଥମ ସଂସ୍କରଣରୁ ଖେଳି ଆସୁଥିବା ବେ​ଳେ ମାତ୍ର ୨ ଥର ପ୍ଲେଅଫ୍‌ରେ ପହଞ୍ଚିଛି। ପ୍ରଥମ ସଂସ୍କରଣରେ ପଞ୍ଜାବ ପ୍ଲେଅଫ୍‌ରୁ ବିଦାୟ ନେଇଥିବା ବେଳେ ଏହା ୨୦୧୪ରେ ଉପବିଜେତା ହୋଇଥିଲା। ହେଲେ ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ବରେ ପଞ୍ଜାବ ଆଇପିଏଲ୍‌ର କିଙ୍ଗ୍‌ ହେବା ପାଇଁ ପ୍ରୟାସ କରିବ। ଗତବର୍ଷ ଶ୍ରେୟସଙ୍କ ନେତୃତ୍ବରେ କଲକାତା ନାଇଟ୍‌ ରାଇଡର୍ସ ଚମ୍ପିଆନ୍ ହୋଇଥିଲା। ଅଧିନାୟକ ହେବା ସହ ଦଳର ମୁଖ୍ୟ ବ୍ୟାଟ୍‌ସମ୍ୟାନ୍ ଦାୟିତ୍ବ ସମ୍ଭାଳିବେ ଶ୍ରେୟସ ଆୟର। ଆଇପିଏଲ୍‌ରେ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୫ ଥର ମୁକାବିଲା ହୋଇଛି।  ଚମ୍ପିଆନ୍‌ସ ଟ୍ରଫିରେ ବଟ୍‌ଲର ଇଂଲଣ୍ଡ ପାଇଁ ସର୍ବାଧିକ ରନ୍‌ କରିଥିଲେ। ଶୁବ୍‌ମାନ ଗିଲ୍‌ ୨୦୨୩ ଆଇପିଏଲ୍‌ରେ ୮୯୦ ରନ୍‌ କରିଥିଲେ ହେଁ ଆନ୍ତର୍ଜାତିକ ଟ୍ବେଣ୍ଟି୨୦ରେ ସେ ଭଲ ପ୍ରଦର୍ଶନ କରି ପାରିନଥିଲେ। ଗିଲ୍‌ ଓ ବଟ୍‌ଲର ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂକରି ଲମ୍ବା ସମୟ କ୍ରିଜ୍‌ରେ ରହିପାରିବେ। ୩ନଂରେ ସାଇ ସୁଦର୍ଶନ ବ୍ୟାଟିଂକରିବେ। ତାଙ୍କୁ ଛାଡ଼ି ମଧ୍ୟକ୍ରମ​‌ରେ ଭଲ ବ୍ୟାଟ୍‌ସମ୍ୟାନ ନାହାନ୍ତି। ୱେଷ୍ଟଇଣ୍ଡିଜ୍‌ର ସେର୍ଫାନେ ରଦରଫୋର୍ଡ କିମ୍ବା ନ୍ୟୁଜିଲାଣ୍ଡର ଗ୍ଲେନ୍ ଫିଲିପ୍‌ସ ୪ନଂରେ ଏବଂ ୱାଶିଂଟନ ସୁନ୍ଦର ୫ନଂ ସ୍ଥାନରେ ଖେଳିବେ। ଦୁଇ ଫିନିସର ଭାବେ ରାହୁଲ ତିୱତିଆ ଓ ଶାହ୍‌ରୁଖ ଖାଁ ରହିଛନ୍ତି। ବ୍ୟାଟିଂ ବିକଳ୍ପ ଭାବେ ଅଛନ୍ତି ଅନୁଜ ରାୱତ ଓ ମହିପାଳ ଲୋମରର। ଓପ୍‌ନିଂ ଯୋଡ଼ି ସହ ଗୁଜରାଟର ଶକ୍ତି ହେଉଛି ବୋଲିଂ ଆକ୍ରମଣ। କାଗିସୋ ରବାଡ଼ା ଏବଂ ଭାରତୀୟ ଦଳର ଦୁଇ ପ୍ରମୁଖ ବୋଲର ମହମ୍ମଦ ସିରାଜ୍ ଓ ପ୍ରସିଦ୍ଧ କ୍ରିଷ୍ଣା ପେସ୍‌ ବୋଲିଂ ଭାର ସମ୍ଭାଳିବେ। ସ୍ପିନ୍ ବିଭାଗରେ ଅଛନ୍ତି ଲେଗ୍‌ ସ୍ପିନର ରସିଦ୍ ଖାଁ, ବାମହାତି ସାଇ କିଶୋର ଓ ଅଫ୍‌ସ୍ପିନର ୱାଶିଂଟନ ସୁନ୍ଦର। ଏସ୍‌ଏ୨୦ ଟୁର୍ଣ୍ଣାମେଣ୍ଟରେ ରବାଡା ଓ ରସିଦ୍ ଯୁଗ୍ମ ସର୍ବାଧିକ ୧୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!