ସାଲେପୁର, ୨୫।୦୩ : କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ୍ରେ ବଡ଼ଧରଣର ଲୁଟ୍ । ବନ୍ଧୁକ ଦେଖାଇ କୋଟିଏ ଟଙ୍କାର ଡକାୟତି। ଝିଅ ବାହାଘର ପାଇଁ ଜମି ବିକ୍ରି କରି ରଖିଥିବା ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଜମି ବିକ୍ରି କରି ଝିଅ ବାହାଘର ପାଇଁ ରଖିଥିବା ସୁନା ଓ ନଗଦ ଟଙ୍କା ଡକାୟତମାନେ ଲୁଟି ନେଇଥିବା ସୂଚନା ମିଳିଛି। ୪ ଜଣ ଲୁଟେରା ପରିବାର ଲୋକଙ୍କ ବନ୍ଧୁକ ଦେଖାଇ ଭୟଭିତ କରି ନଗଦ ଟଙ୍ଗା ଓ ସୁନା ଗହଣା ଲୁଟି ନେଇଛନ୍ତି।କଟକ ଜିଲ୍ଲା ସାଲେପୁର ସୌରୀ ପଞ୍ଚାୟତ ଜାହାଙ୍ଗୀରାବାଦ ଗାଁର ବିଜୟ ମହାନ୍ତିଙ୍କ ଘରେ ସୋମବାର ବିଳମ୍ଵିତ ରାତିରେ ଲୁଟ୍ ହୋଇଛି। ସମସ୍ତେ ଶୋଇଥିବା ବେଳେ ୪ ଜଣ ଦୁର୍ବୃତ୍ତ ଛାତ କବାଟ ଭାଙ୍ଗି ସିଡି ଘର ବାଟ ଦେଇ ଘରେ ପଶିଥିଲେ। ଏହି ସମୟରେ ଘର ଲୋକ ଉଠି ପଡ଼ିବାରୁ ବନ୍ଧୁକ ଦେଖାଇ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଓ ୩୦ ଲକ୍ଷରୁ ଉର୍ଦ୍ଧ୍ଵ ନଗଦ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |