ଶ୍ରୀନଗର,୨୮ା୩: ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ୪ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି।କଠୁଆ ଜିଲ୍ଲାର ରାଜବାଗ ଥାନା ଅଞ୍ଚଳରେ ୫ ଦିନ ଧରି ଚାଲିଥିବା ଅପରେସନ ସଫଳ । ଭାରତୀୟ ସେନାକୁ ଚକମା ଦେଇ ଘନ ଜଙ୍ଗଲ ଭିତରେ ଛପିଥିବା ସମସ୍ତ ୫ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ାଇଛନ୍ତି ଯବାନ । ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗୁଳି କରାଯାଇଛି ଯେତେବେଳେ ତିନିରୁ ଚାରି ଜଣ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ଜଣେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ସମେତ ପାଞ୍ଚ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।ସେନା, ଜାତୀୟ ସୁରକ୍ଷା ଗାର୍ଡ, ସୀମା ସୁରକ୍ଷା ବଳ, ପୋଲିସ, ସ୍ୱତନ୍ତ୍ର ଅପରେସନ୍ସ ଗ୍ରୁପ୍ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ବାହିନୀର ଦଳ ଗତ ପାଞ୍ଚ ଦିନ ଧରି ଏହି ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଥିଲେ। ରବିବାର ଗୁଳି ବିନିମୟ ହୋଇଥିଲା ଏବଂ ମଙ୍ଗଳବାର ଦିନ ଜଣେ ସ୍ଥାନୀୟ ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ ଯେ ସେହି ଅଞ୍ଚଳରେ ଖାଦ୍ୟ ଖାଉଥିବା ସମୟରେ ସେନା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ତାଙ୍କୁ ପାଣି ମାଗିଥିଲେ। ଗୁରୁବାର ପୋଲିସ ଜଙ୍ଗଲ ଭିତରେ ପଶି ପ୍ରବଳ ସଶସ୍ତ୍ର ଆତଙ୍କବାଦୀଙ୍କ ସହ ଗୁଳିମାଡରେ ପୋଲିସ ଆହତ ହୋଇଥିଲା।ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କୁ ଲଗାତାର ମୁହଁତୋଡ ଜବାବ ଦେଉଛନ୍ତି ଭାରତୀୟ ଯବାନ । ଆଧୁନିକ ରାଡାର ଓ ଡ୍ରୋନର ଉପଯୋଗ କରି ସୀମା ଉପରେ ରଖାଯାଉଛି ସତର୍କ ଦୃଷ୍ଟି । କିନ୍ତୁ ଜମ୍ମୁ କାଶ୍ମୀରରେ କିଛି ବିଚ୍ଛିନ୍ନତାବାଦୀ ସଂଗଠନ ଆତଙ୍କବାଦୀଙ୍କୁ ଅନୁପ୍ରବେଶରେ ସହାୟତା କରୁଥିବା ଅଭିଯୋଗ ହେଉଛି । ଆତଙ୍କବାଦୀଙ୍କ ସହଯୋଗୀଙ୍କୁ ଚିହ୍ନଟ ପାଇଁ ମଧ୍ୟ NIA ପକ୍ଷରୁ ମଧ୍ୟ ଲଗାତାର ଜାରି ରହିଛି ଚଢ଼ାଉ । ଆଧିୁନିକ ରାଡାର ଓ ଡ୍ରୋନର ଉପଯୋଗ କରି ଏଲଓସିରେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ସେନା ରଖିଛି ସତର୍କ ନଜର ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |