ଭୁବନେଶ୍ୱର,୩୦ା୩:ଆଜିଠୁ ପକ୍କାଘର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜିଠାରୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା। କଳାହାଣ୍ଡିରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେ ୫୦ ହଜାର ହିତାଧିକାରୀ।ପୂରଣ ହେବ ଗରିବଙ୍କ ପକ୍କାଘର ଆଶା। ଅନଲାଇନ ଆବେଦନ କରିପାରିବେ ହିତାଧିକାରୀ। ଭିନ୍ନକ୍ଷମ, ବିଧବା, ଦୂରାରୋଗରେ ପୀଡିତ ଥିବା ବ୍ୟକ୍ତି ଏବଂ ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପରିବାର ବ୍ୟକ୍ତି, ବନ୍ୟା ବାତ୍ୟା ଓ ଅଗ୍ନିକାଣ୍ଡ ଘଟି ଘରପୋଡି ଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହେବେ।ଫୋନ୍ ନମ୍ବର ୦୬୭୪୬୮୧୭୭୭୭ ଏବଂ ୱେବ ପୋର୍ଟାଲ ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡ଼ିଓଙ୍କ ମାଧ୍ୟମରେ ଆବଦନ କରିହେବ। ମୋହନ ସରକାର ବଜେଟ୍ରେ ଅନ୍ତ୍ୟୋଦୟ ଯୋଜନା ଲାଗି ୭୭୫୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।ଏହା ଅଧିନରେ ଆସନ୍ତା ୩ ବର୍ଷରେ ଅତି କମ୍ରେ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ମଞ୍ଜୁର କରାଯିବ। ୨୦୨୫-୨୬ରେ ୭୫ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ବଜେଟ୍ରେ ଏଥିପାଇଁ ୨ ହଜାର ୬୦୩ କୋଟି ବ୍ୟୟ ବରାଦ ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |