ନବରଙ୍ଗପୁର( ମିହିର ଶଙ୍କର ପାତ୍ର), ୩୧।୩:ଡାବୁଗାଁ ସଦର ମହକୁମା ଠାରୁ 5 କିଳମିଟର ମଧ୍ୟରେ କୁକୁଡ଼ା ଲଡେଇ ବନ୍ଦ କରିବାକୁ ସାଧାରଣରେ ଦାବି |ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ କନ୍ୟାଆଶ୍ରମ ଏବଂ ଉମରାହାଣ୍ଡି ଗ୍ରାମରେ ଚାଲିଛି କୁକୁଡା ଲଡେଇ ଓ ଦେଶୀମଦ ବେପାର। ଏହି କୁକୁଡ଼ା ଲଢେ଼ଇରେ ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳରୁ ବହୁ ଲୋକ କୁକୁଡ଼ା ଲଢେ଼ଇ ଖେଳ ଖେଳିବାକୁ ଆସିଥାନ୍ତି।କୁକୁଡ଼ା ଲଢେ଼ଇ ମାଧ୍ୟମରେ ବଡ଼ ଧରଣର ଜୁଆଖେଳ ଚଲାଇଥାନ୍ତି ମାଫିଆମାନେ। ଏହି ଖେଳ ଯଦିଓ ଛଟ ଦେଖାଯାଏ କିନ୍ତୁ ପ୍ରତୀ ଖେଳରେ ଲକ୍ଷାଧିକ ଟଙ୍କାର ଖେଳ ହୁଅ। ଏହା ଗ୍ରାମ ର କିଛି ମୁଷ୍ଟିମେୟ ବ୍ୟକ୍ତି ଖେଳ ଖେଳାଉଥିବା ଦଲାଲ ଙ୍କ ସହ ମିସି ଖେଳ କରାଇଥାନ୍ତି। ଏହି କୁକୁଡ଼ା ଲଢେ଼ଇ କନ୍ୟାଆଶ୍ରମ ଓ ଉମରାହାଣ୍ଡି ଗ୍ରାମରେ ପ୍ରାୟ ପ୍ରତିଦିନ ଅପରାହ୍ନ ୩ ଘଣ୍ଟ ଠାରୁ ସନ୍ଧ୍ୟା ପର୍ୟ୍ଯନ୍ତ ଚାଲୁଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଡାବୁଗାଁରୁ ମାତ୍ର ୧ କିଲମିଟ ଦୂରରେ କନ୍ୟାଶ୍ରମ ଏବଂ ୨ କିଲ ମିଟର ଦୂରରେ ଉମରହଣ୍ଡି ଗ୍ରାମ। କିନ୍ତୁ ପୋଲିସ ସୂଚନାପାଇ କୁକୁଡ଼ା ଲଢେ଼ଇ ଚାଲିଥିବା ସ୍ଥାନରେ ପହଂଚିବା ସମୟରେ ସମସ୍ତେ ସେହି ସ୍ଥାନରୁ ପଳାଉଛନ୍ତି । ମାଫିଆ ମାନେ ଖସି ପଳାଇବାର କାରଣ ପୋଲିସ ଯିବାର ପୂର୍ବ ସୂଚନା ସେମାଙ୍କୁ ମିଳିଯାଉଛି.. କିଏ ସେମାଙ୍କୁ ପୂର୍ବ ସୂଚନା ଦେଉଛି ତାହା ସନ୍ଦେହ ଘେରରେ ରହିଯାଇଛି।। କୁକୁଡ଼ା ଗାଲି ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କ ଯଗୁଁ ଥମିବା ବଦଳରେ ଵଡିବାକୁ ଲାଗିଛି। ଆମ ଅଞ୍ଚଳରେ କୁକୁଡ଼ା ଗାଲି, ଜୁଆ,ମଦ ଭଳି ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହି ଆଦିବାସୀ ଭାଇମାନେ ନିଜର ସଞ୍ଚିତ ଅର୍ଥ ବ୍ୟୟ କରି ଦେଉଛନ୍ତି ।ଫଳରେ ଆର୍ଥିକ ଏବଂ ସାମାଜିକ ଅବସ୍ଥା ବିଗଡିବାରେ ଲାଗିଛି ,ସାଧାରଣତ ଗାଁ ଗହଳିର ଛୋଟଛୋଟ ଛୁଆମାନେ ମଧ୍ୟ ଆକର୍ଷିତ ହୋଇ ଏଠାକୁ ଚାଲି ଆସନ୍ତି ଏବଂ ଜୁଆରେ ହାରିବା ପରେ ଦେଶୀମଦ ପିଇ ନିଶାସକ୍ତ ଅବସ୍ଥା ରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଯାହା ଫୋଳରେ ଏହି ଅଞ୍ଚଳରେ ବିକାସ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସରକାର ତାହା ସଫଳ ରୂପାୟନ ହେଇପାରୁନି । ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ଏବଂ ପାରିବାରିକ ହିଂସା ମଧ୍ୟ ବଡୁଛ।ଏଭଳି କାମକୁ ନୂତନ ଭାବରେ ଡାବୁଗାଁ ଥାନାକୁ ଆସିଥିବା ଥାନା ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ବିଶେଷ ଦୁଷ୍ଟି ଦେଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି। ଖାଲି କୁକୁଡା ଗାଲି ନୁହଁ ସତନୀୟ ଅଂଚଳରେ ହେଉଥିବା ଜାନି ଯାତ୍ରା ଯେପରିକି ମଣ୍ଡେଇ,କଲସିଯାତ୍ରା ରେ ମଧ୍ୟ୍ୟ ଏହି ଜୁଆ ମାଫିଆ ମାନେ ନିଜର ପସରା ମେଲେଲ ବସନ୍ତୀ ଯାତ୍ରା ଦେଖିବାକୁ ଆସୁଥିବା ନିରୀହ ଜନସାଧାରଣ ଖୁଡ଼ଖୁଡି ଖେଳର ଶିକାର ହୁଅନ୍ତି । ନିରୀହ ଆଦିବାସୀ ମାନଙ୍କ ବିକାଶରେ ବାଧକ ସାଜିଛି ଏହି କୁକୁଡ଼ା ଗାଲି ଓ ଦେଶୀ ମଦ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |