ଭୁବନେଶ୍ୱର,୧ା୪: ଜାଲିଆତି ଓ ଆର୍ଥିକ ଠକେଇ ନିୟନ୍ତ୍ରଣ ପାଇଁ ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍(ୟୁପିଆଇ) ସହ ଜଡ଼ିତ ଅନେକ ନିୟମ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ବ୍ୟାଙ୍କ୍ରେ ଲିଙ୍କ ହୋଇଥିବା ଉପଭୋକ୍ତାଙ୍କ ମୋବାଇଲ ନମ୍ବର ଦୀର୍ଘ ସମୟ ଧରି ନିଷ୍କ୍ରିୟ ଥିଲେ ଏପ୍ରିଲ ୧ ମଙ୍ଗଳବାରଠାରୁ ଉକ୍ତ ନମ୍ବରରେ ୟୁପିଆଇ ସେବା ମିଳିବ ନାହଁ।ଏହିକ୍ରମରେ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟ୍ଫର୍ମ (ଡିଆଇପି)ରେ ଉପଲବ୍ଧ ମୋବାଇଲ ନମ୍ବର ରିଭୋକେଶନ ଲିଷ୍ଟ (ଏମ୍ଏନ୍ଆରଏଲ୍) ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଫଳରେ ନିଷ୍କ୍ରିୟ ମୋବାଇଲ ନମ୍ବର ସହିତ ଲିଙ୍କ୍ ହୋଇଥିବା ୟୁପିଆଇର ବ୍ୟବହାର ବନ୍ଦ ହୋଇଯିବ। ଏହାସହ ପ୍ରତି ସପ୍ତାହରେ ଅତି କମ୍ରେ ମୋବାଇଲ ନମ୍ବର ରେକର୍ଡ ଅପଡେଟ କରିବାକୁ ବ୍ୟାଙ୍କ ଏବଂ ଗୁଗଲ ପେ’, ଫୋନ୍ ପେ’ ଭଳି ୟୁପିଆଇ ଆପ୍ ପାଇଁ ଏନ୍ପିସିଆଇ ବାଧ୍ୟତାମୂଳକ କରିଛି।୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସ୍ଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଥିଲେ। ଏଥିଯୋଗୁ ନୂଆ ଟିକସ ସ୍ଲାବ୍ ଏବଂ ହାର କାର୍ଯ୍ୟକାରୀ ହେବ।ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ। ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ। ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ। ୟୁନାଇଟେଡ ପେମେଣ୍ଟ୍ସ ଇଣ୍ଟରଫେସ୍ ତଥା ୟୁପିଆଇର ସୁରକ୍ଷାକୁ ବଢ଼ାଇବା ପାଇଁ ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ କେତେକ ନୂଆ ନିୟମ ଆଜିଠାରୁ ଲାଗୁ ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |