୩୦ OASଙ୍କୁ ମିଳିଲା IAS ପାହ୍ୟା

ଭୁବନେଶ୍ୱର,୨ା୪:ରାଜ୍ୟ ସରକାରଙ୍କ ୩୦ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କୁ ଏପ୍ରିଲ ପହିଲାରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ପାହ୍ୟାକୁ ପଦୋନ୍ନତି ମିଳିଛି। ଓଡିଶାର ୩୦ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିଳିଛି । ମଙ୍ଗଳବାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଅଫିସରମାନେ ଏବେ ଆଇଏଏସ ସ୍ତରର ପଦରେ କାର୍ଯ୍ୟ କରିବେ।ପଦୋନ୍ନତି ପାଇଥିବା ୩୦ ଓଏଏସ ହେଉଛନ୍ତି, ଧର୍ମ ହାଂସଦା, ରିନା ମହାପାତ୍ର, ନିୟତି ପଟ୍ଟନାୟକ, ଡ. ମହେଶ୍ୱର ସ୍ୱାଇଁ, ମୃଣାଲ କାନ୍ତି ଦାସ, ଶ୍ରୀକାନ୍ତ ତରାଇ, ଲକ୍ଷ୍ମଣ କୁମାର ମଲ୍ଲିକ, ଉପମା କାଲୋ, ଲିଲି କୁମାରୀ କୁଲ୍ଲୁ, କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ, ପ୍ରଦୀପ କୁମାର ନାୟକ, ମଧୁସୂଦନ ଦାସ, ପ୍ରେମଜିତ ନାୟକଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିିଳିଛି ।ସେହିପରି ନରହରି ସେଠୀ, ଜୁଗଳେଶ୍ୱରୀ ଦାସ, ମଧୁମିତା ରଥ, ଦେବାଶିଷ ସିଂ, ସୁବ୍ରତ କୁମାର ପଣ୍ଡା, ପ୍ରତାପ ଚନ୍ଦ୍ର ହୋତା, ନିବେଦିତା ମିଶ୍ର, ରେଗା ଗୀତାରାଣୀ ପଟ୍ଟନାୟକ, ଅର୍ଚ୍ଚନା ଦାସ ପଟ୍ଟନାୟକ, ଅଞ୍ଜନା ପଣ୍ଡା, ନିବେଦିତା ପୃଷ୍ଟି, ସ୍ୱଂୟ ପ୍ରଭା ମହାନ୍ତି, ଇନ୍ଦ୍ରମଣି ନାୟକ, ସୁଦାମ ଚରଣ ମଣ୍ଡଲ, ଗିରିଶ ଚନ୍ଦ୍ର ସିଂ ଆଦିଙ୍କୁ ଆଇଏଏସ ପାହ୍ୟାକୁ ପଦୋନ୍ନତି ମିିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!