ମୁମ୍ବାଇ,୪ା୪: ପରଲୋକରେ ମନୋଜ କୁମାର। ବଲିଉଡ୍ ର ଭେଟେରାନ୍ ଅଭନେତା ମନୋଜ କୁମାରଙ୍କ ପରଲୋକ ଘଟିଛି। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଭରତ ନାଁରେ ସେ ଥିଲେ ବେଶ୍ ଲୋକପ୍ରିୟ।୨୪ ଜୁଲାଇ ୧୯୩୭ରେ ହରିକୃଷ୍ଣ ଗିରି ଗୋସ୍ବାମୀ ଭାବରେ ଜନ୍ମଗ୍ରହଣ କରିଥିବା ମନୋଜ କୁମାର ହିନ୍ଦୀ ସିନେମାର ଜଣେ ପ୍ରବୀଣ ଅଭିନେତା ଥିଲେ। ସେ ‘ଶାହିଦ’ (୧୯୬୫), ‘ଉପକାର’ (୧୯୬୭), ‘ପୂରବ ଔର ପଶ୍ଚିମ’ (୧୯୭୦) ଏବଂ ‘ରୋଟି କପଡା ଔର ମକାନ’ (୧୯୭୪) ସମେତ ଦେଶପ୍ରେମୀ ଥିମ୍ ସହିତ ଚଳଚ୍ଚିତ୍ର ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଜଣାଶୁଣା ଥିଲେ। ସେ ବଲିଉଡର ‘ଭାରତ କୁମାର’ ଭାବରେ ପ୍ରସିଦ୍ଧ ଥିଲେ।ମନୋଜ କୁମାରଙ୍କ ବିୟୋଗରେ ବଲିଉଡ୍ରେ ଶୋକର ଛାୟା ଖେଳିଯାଇଛି। ବହୁ ପ୍ରଶଂସକ ଏବଂ ସେଲିବ୍ରିଟି ଏହି ବରିଷ୍ଠ ଅଭିନେତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ୧୯୯୨ରେ ପଦ୍ମଶ୍ରୀ ଏବଂ ଦାଦାସାହେବ ଫାଲ୍କେ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |