ଆଜି ରଥଗଡ଼ାରେ ନେତ ଉତ୍ସବ, କାଲି ରୁକୁଣା ରଥଯାତ୍ରା

ଭୁବନେଶ୍ବର,୪ା୪:  କାଲି ରୁକୁଣା ରଥଯାତ୍ରା । ଧାର୍ଯ୍ୟ ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କର ରୁକୁଣା ରଥ କାର୍ଯ୍ୟ ଶେଷ ହେଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଏହାକୁ ହସ୍ତାନ୍ତର କରିଛନ୍ତି ମହାରଣା ସେବାୟତ ।ଏଲିଙ୍ଗରାଜଙ୍କ ରଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା 5 ତାରିଖ ରେ ଅନୁଷ୍ଠିତ ହେବ ମହାପ୍ରଭୁ ଲଙ୍ଗରାଜ ଙ୍କ ରୁକୁଣା ରଥଯାତ୍ରା । ଦିନ 3 ଟା ସମୟରେ ରଥ ଟଣା ଆରମ୍ଭ ହେବ । ସମସ୍ତ ନିଯୋଗର ସହାୟତା କରିବେ । ଚଳିତ ଥର ଲିଙ୍ଗରାଜ ଫେଷ୍ଟିଭାଲ 6 ଦିନ ଧରି ଅନୁଷ୍ଠିତ ହେବ । ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରୁଣା ଭୁବନେଶ୍ୱର ।65 ଜଣ ସେବାୟତ ରଥ କାମରେ ଲାଗିଛନ୍ତି । ଆସନ୍ତା 4 ତାରିଖ ଦିନ ନେତ୍ରୋତ୍ସବ ପାଳନ ଓ ରଥ ପ୍ରତିଷ୍ଠା କରାଯିବ । ମାର୍ଚ୍ଚ 12 ରୁ ପ୍ରଭୁ ଲିଙ୍ଗରାଜଙ୍କ ରଥକାମ ଆରମ୍ଭ ହୋଇଥିଲା । ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ପ୍ରମୁଖ ଉତ୍ସବ ହୋଇଥିବାବେଳେ ଏହାର ବିଶେଷତ୍ୱ ହେଉଛି ଅଣଲେଉଟା ।ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିବା ବେଳେ ଆଡି ରଥଗଡ଼ାରେ ନେତ ଉତ୍ସବ କରାଯିବ । ସନ୍ଧ୍ୟା ଧୂପ ପରେ ଏହା ଆରମ୍ଭ ହେବ । ତେବେ ଆଜି ହେବାକୁ ଥିବା ନେତ ଉତ୍ସବରେ ଗଜପତିଙ୍କ ପ୍ରତିନିଧି ରାଜଗୁରୁ ସେବାୟତ ।ସେବାୟତମାନେ ମୁକ୍ତେଶ୍ବର ମନ୍ଦିରରେ ଥିବା ମରିଚି କୁଣ୍ଡରୁ ରଥମହାଖଳା ଗଡ଼ାରେ ଠାକୁରଙ୍କ ରଥ ପ୍ରତିଷ୍ଠା ଏବଂ ପଞ୍ଚବକ ପୂଜା କରାଯିବ । ଏହାପରେ ରଥରେ ନେତ ଲାଗି କରାଯିବ । ଯଦି ରଥ ପ୍ରତିଷ୍ଠା ଠିକ୍ ଭାବେ ସମାପନ ହେବ ତାହେଲେ ଶନିବାର ମଧ୍ୟ ନିର୍ଦ୍ଦାରିତ ସମୟରେ ରଥଟଣା ହେବ ।ରଥଯାତ୍ରାରେ ସୁରକ୍ଷା ନିମନ୍ତେ ଡିସିପିଙ୍କ ନେତୃତ୍ବରେ 13 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ ।ପ୍ରତିଷ୍ଠା ନିମନ୍ତେ ପାଣି ଗରା ଆଣିବେ । ତେବେ ପ୍ରଥମ ଗରା ପାଣି ରଥ ପ୍ରତିଷ୍ଠା ପାଇଁ ଯିବ । ଏହାର ପରବର୍ତ୍ତି ଗରାକୁ ନିଃସ୍ତାନ ଦମ୍ପତିଙ୍କୁ ନିଲାମ କରାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!