ରାଜଧାନୀରେ ୨ ଲୁଟେରାଙ୍କୁ ଏନକାଉଣ୍ଟର

ଭୁବନେଶ୍ୱର,୪।୪ : ଭୁବନେଶ୍ୱର ଟଙ୍କପାଣି ବ୍ରିଜ୍‌ ନିକଟ ବାଙ୍କୁଆଳ ବାଲିଯାତ୍ରା ପଡ଼ିଆ ପାଖରେ ଗୁରୁବାର ରାତିରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଆନ୍ତଃରାଜ୍ୟ ଲୁଟେରା ଆହତ ହୋଇଛନ୍ତି|ରାଜଧାନୀରେ ଡବଲ୍ ଏନକାଉଣ୍ଟର  । ଦୁଇ କୁଖ୍ୟାତ ଲୁଟେରାଙ୍କୁ ଏନକାଉଣ୍ଟର କରିଛି କମିଶନରେଟ୍ ପୋଲିସ । ଗତକାଲି ରାତିରେ ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍ ଉଦ୍ୟମ ବେଳେ ବିହାରର ଦୁଇ କୁଖ୍ୟାତ ଲୁଟେରାଙ୍କୁ  ଏନକାଉଣ୍ଟର କରାଯାଇଛି । ପୋଲିସ ଗୁଳିରେ ଆହତ ହୋଇଛନ୍ତି ଲୁଟେରା ସୋନୁ ଯାଦବ, ମନୀଷ ଯାଦବ । ଉଭୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।ଗତକାଲି ଦୁଇ ଲୁଟେରା ସୋନୁ ଯାଦବ, ମନୀଷ ଯାଦବ ବଡଗଡ଼ ଥାନା ଅଞ୍ଚଳରେ ଲୁଟ୍ ପାଇଁ ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସକୁ ଦେଖି ଦୁହେଁ ଚମ୍ପଟ୍ ମାରୁଥିଲେ । ବାଙ୍କୁଆଳ ନିକଟରେ ପୋଲିସ ଲୁଟେରାଙ୍କୁ କାବୁ କରିଥିଲା । ପୋଲିସ ଉପରକୁ ହଠାତ୍ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ ଅଭିଯୁକ୍ତ । ପରେ ଲୁଟେରାଙ୍କ ଗୁଳିର ଜବାବ ଗୁଳିରେ ଦେଇଥିଲା ପୋଲିସ । ଏନକାଉଣ୍ଟରରେ ସେମାନଙ୍କ ବାମ ଗୋଡ଼ରେ ଗୁଳି ବାଜିଛି । ବିହାରର ଏହି ଦୁଇ ଲୁଟେରାଙ୍କ ନାଁରେ ୧୫ରୁ ଅଧିକ ଛିନତାଇ ମାମଲା ରହିଥିବା ସୂଚନା ମିଳିଛି । ଏମାନେ ବିହାରରୁ ଆସି ଭୁବନେଶ୍ବରରେ ଖେଳାଇଥିଲେ ବ୍ଲାକ୍ ପଲସର୍ ଆତଙ୍କ । କଳା ପଲସରରେ ଯାଇ ଛିନତାଇ କରୁଥିଲେ । ଅଭିଯୁକ୍ତଙ୍କ ରାକେଟରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!