ଓଡ଼ିଶାର ୨ଟି ରେଳ ପ୍ରକଳ୍ପକୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ,୪।୪: କେନ୍ଦ୍ର କ୍ୟାବିନେଟର ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ବୈଠକ ପରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକର ନିଷ୍ପତ୍ତି ଉପରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରେଳ ମନ୍ତ୍ରଣାଳୟର ୪ ପରିଯୋଜନାକୁ ମଞ୍ଜୁରି ଦିଆଯାଇଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୧୮,୬୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼ର ୧୫ ଜିଲ୍ଲାକୁ କଭର୍ କରୁଥିବା ଏହି ପରିଯୋଜନାରେ ଭାରତୀୟ ରେଲୱେର ନେଟୱାର୍କ ୧୨୪୭ କିଲୋମିଟର ବଢିବ । କେନ୍ଦ୍ରମନ୍ତ୍ରୀ ବୈଠକ ପରେ କହିଛନ୍ତି ଯେ ପରିଯୋଜନା ମଧ୍ୟରେ ସମ୍ୱଲପୁର-ଜରପଡ଼ା ତୃତୀୟ ଓ ଚତୁର୍ଥ ଲାଇନ୍, ଝାରସୁଗୁଡ଼ା-ଶାସନ ତୃତୀୟ ଓ ଚତୁର୍ଥ ଲାଇନ୍, ଖରସିଆ-ନୂଆ ରାୟପୁର-ପରମଲକାସା ପଞ୍ଚମ ଓ ଷଷ୍ଠ ଲାଇନ୍ ଓ ଗୋନ୍ଦିଆ-ବହ୍ଲାରଶାହ ଦୋହରୀକରଣ ସାମିଲ ରହିଛି ।ରେଳମନ୍ତ୍ରୀ କହିଛନ୍ତି, ଜରପଡ଼ା-ସମ୍ବଲପୁର ମଧ୍ୟରେ ୧୨୭କିମି ବିଶିଷ୍ଟ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ପାଇଁ ୩,୯୧୭ କୋଟି ଟଙ୍କା ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ନିର୍ମାଣ ହେବା ଦ୍ବାରା ରାଜ୍ୟର ଜିଡିପିରେ ପରିବର୍ତ୍ତନ ହେବ ଏବଂ ଅର୍ଥନୈତିକ କାରବାରରେ ସହାୟକ ହେବ। ୨୭ମିଲିୟନ ଟନ୍ ଅତିରିକ୍ତ ମାଲ ପରିବହନ କରାଯାଇପାରିବ।ସେହିପରି ସମ୍ବଲପୁର(ଶାସନ)-ଝାରସୁଗୁଡ଼ା ମଧ୍ୟରେ ତୃତୀୟ ଓ ଚତୁର୍ଥ ରେଳଲାଇନ୍ ପ୍ରକଳ୍ପ ଓଡ଼ିଶାର ଆର୍ଥିକ ବିକାଶରେ ସହାୟକ ହେବ। ଏହି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ୩୫କିମି ବିଶିଷ୍ଟ ରେଳଲାଇନ୍ ପାଇଁ କେନ୍ଦ୍ର ସରକାର ୧୧୮୧ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ଅନ୍ୟ ପ୍ରକଳ୍ପ ଗୁଡ଼ିକ ହେଲା ଛତିଶଗଡ଼ର ଖରସିଆ-ନୟା ରାୟପୁର-ପରମଲକସା ୨୭୮ କିମି ରେଳଲାଇନ, ଯେଉଁଥି ପାଇଁ ୮୭୪୧ କୋଟି ଟଙ୍କା ଅନୁମୋଦନ ହୋଇଛି। ସେହିପରି ମହାରାଷ୍ଟ୍ରର ଗୋନ୍ଦିଆ-ବହ୍ଲାରଶାହ ରେଳଲାଇନ ପାଇଁ ୨୪୦କିମି ରେଳଲାଇନ୍ ପାଇଁ ୪,୮୧୯ କୋଟି ଟଙ୍କା ଅନୁମୋଦନ ମିଳିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!