ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି ପ୍ରଶିକ୍ଷଣ

ପୁରୀ,୪।୪: ମହାପ୍ରଭୁଙ୍କ ଦୈନନ୍ଦିନ ସେବାକୁ ଆହୁରି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି।ଭକ୍ତ ମାନଙ୍କୁ ଆଉ ପୁରୀରେ ଦୁର୍ବ୍ୟବହାର କରିପାରିବେନି ସେବାୟତ। ସେଥିପାଇଁ ପୁରୀ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯାଉଛି ପ୍ରଶିକ୍ଷଣ। ଭକ୍ତ ମାନଙ୍କ ପ୍ରତି ଉତ୍ତମ ଆଚରଣ, ବ୍ୟବାହର ଓ ନୀତିକାନ୍ତି ନେଇ ସେବାୟତଙ୍କୁ ଦିଆଯାଉଛି ପ୍ରଶିକ୍ଷଣ।ନୀଳାଦ୍ରି ଭକ୍ତ ନିବାସରେ ସେବାୟତଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ନିଯୋଗର ସେବାୟତ ସାମିଲ ଅଛନ୍ତି। ଆଜି ଓ ଆସନ୍ତା କାଲି ଦୁଇଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ ଦିଆଯାଉଛି।ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଶୁକ୍ରବାର ସେବାୟତମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି। ଶିବିରରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ସେବକମାନଙ୍କୁ ଉତ୍ତମ ଆଚରଣ ଏବଂ ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯାଉଛି। ଶିବର ୪ ଏବଂ ୫ ତାରିଖ ଦୁଇ ଦିନ ଧରି ଚାଲିବ। ଜିଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସକଙ୍କ ତତ୍ୱାବଧାନରେ ଶିବିର ଆରମ୍ଭ ହୋଇଛି। ଶିବିରରେ ପ୍ରଶିକ୍ଷଣ ନେବା ନେଇ ସେବକମାନେ ନିଜ ନାମ ପଞ୍ଜୀକରଣ କରିଥିଲେ। ଏଥିରେ ପଞ୍ଜୀକୃତ ସମସ୍ତ ସେବାୟତଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!